ଓଡିଶା

ଚୋରୀ ବେଳେ ଧରାପଡିଲେ, ବାଇକ୍ ଛାଡି ଚମ୍ପଟ

(କଣିହାଁ/ଜ୍ୟୋତିରଂଜନ ଧର) : ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ରୁଟୁଭୂଇଁ ଇଲାକରେ ଥିବା ପାଣି ନାମକ ଏକ ପୁରୁଣା କ୍ରସରରୁ ଶନିବାର ରାତି ୧୧ଟା ସମୟରେ ୩ଜଣ ଦୁର୍ବୃତ ତାର, କେବୁଲ ଓ ପାଇପ୍ ଚୋରି ଚୋରି କରୁଥିବାବେଳେ ରାତ୍ରି ଜଗୁଆଳି ଜାଣିପାରିଥିଲେ । ଜଗୁଆଳିର ପାଟିଶୁଣି ସ୍ଥାନୀୟ ବସ୍ତିବାସିନ୍ଦାମାନେ ଦୃର୍ବୃତ ମାନଙ୍କୁ ଧରିବା ପାଇଁ ଗୋଡାଇଥିଲେ । ଏହା ଦେଖି ଚୋରମାନେ ସେମାନେ ଆସିଥିବା ବାଇକ୍ କୁ ଛାଡି ଚମ୍ପଟ ମାରିଥିବା ଜଣାପଡିଛି । ଏନେଇ ଆଜି ସମଲ ଥାନାରେ କ୍ରସର ଜଗୁଆଳି ଦୟାନିଧି ଭୋଇ(୫୬ବର୍ଷ) ଅଭିଯୋଗ କରିଥିଲେ । ଏନେଇ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାସ୍ଥଳରୁ ଚୋରୀ ନିମନ୍ତେ ବ୍ୟବହାର ହୋଇଥିବା ବାଇକ ଓ ନିକଟରେ ଏକ ବୁଦାମୁଳେ ଲୁଚାଇଥିବା କେବୁଲକୁ ପୋଲିସ ଜବତ କରି ଅନୁସନ୍ଧାନ ଚଳାଇଥିବା ପ୍ରକାଶ । ଆନୁମାନିକ ୩୦ହଜାର ମୁଲ୍ୟର ବିଦ୍ୟୁତ ତାର ଗତକାଲି ଚୋରୀ ହୋଇଥିବା ଅଭିଯୋଗରେ ଉଲ୍ଲେଖ ଥିବା ଜଣାଯାଇଛି ।

Related posts

ବଢୁଛି ତାତି; ରାଜ୍ୟବାସୀଙ୍କ ପାଇଁ ଏସ୍‌ଓପି ଜାରି

mahabharatanews

ରାଜ୍ୟରେ ଚିନ୍ତା ବଢୁଛି ୧୮ ବର୍ଷରୁ କମ ବୟସ୍କଙ୍କ ସଂକ୍ରମଣ

mahabharatanews

ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews