Uncategorized

ଆସନ୍ତା ୨୨ରେ ମୋଦୀଙ୍କ ନିର୍ବାଚନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନକୁ ଦାଖଲ ଆବେଦନର ଶୁଣାଣି ସୁପ୍ରିମ କୋର୍ଟ ଶୁକ୍ରବାର କରିବେ। ଆଜି ଏଥିନେଇ ତାରିଖ ଧାର୍ଯ୍ୟ କରାଯାଇଛି । ମୁଖ୍ୟ ବିଚାରପତିଙ୍କ ଅନୁପସ୍ଥିତି କାରଣରୁ ତାଙ୍କ ଦ୍ଵାରା ଆଜି ହେବାକୁ ଥିବା ସବୁ ମାମଲାର ଶୁଣାଣି ମେ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ଗତ ବର୍ଷ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବାରଣାସୀ ଆସନରୁ ନିର୍ବାଚନ ଲଢିବାକୁ ନାମାଙ୍କନ ପତ୍ର ଦାଖଲ କରିଥିବା ସୀମା ସୁରକ୍ଷା ବଳ(ବିଏସଏଫ)ର ପୂର୍ବତନ ଯବାନ ତେଜ ବହାଦୂର । କିନ୍ତୁ ତାଙ୍କ ନାମାଙ୍କନ ଖାରଜ ହୋଇ ଯାଇଥିଲା। ଏହା ପରେ ଯାଦବ ମୋଦୀଙ୍କ ନିର୍ବାଚନକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ କୋର୍ଟ ଆବେଦନ ଖାରଜ କରିଥିଲେ ଯେ, ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇସାରିଛି ଏବଂ ସେ ଆଉ ପ୍ରାର୍ଥୀ ହୋଇ ରହି ନାହାନ୍ତି। ତେଣୁ ତାଙ୍କୁ ନିର୍ବାଚନକୁ ଚ୍ୟାଲେଞ୍ଜ କରିବାର ଅଧିକାର ନାହିଁ। ଏହାପରେ ସେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ମୁଖ୍ୟ ବିଚାରପତି ଏସଏ ବୋବଡେ, ବିଚାରପତି ଏ ଏସ ବୋପନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।

Related posts

ହୋଟେଲ ରୁମରୁ ତାମିଲ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

mahabharatanews

ଲକ୍ଷେ୍ନø କୋର୍ଟରେ ବୋମାମାଡ, ୩ ଓକିଲ ଆହତ

mahabharatanews

କୋରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୭୦୦ ଟପିଲା, ୩୪ ହଜାରରୁ ଉଦ୍ଧ୍ୱର୍ ଆକ୍ରାନ୍ତ

mahabharatanews