ଓଡିଶା

ସୁରଟରେ ସତ୍ୟଙ୍କ ମୃତ୍ୟୁ ଘଟଣା କଂଗ୍ରେସ ଦାବିକଲା ସିବିଆଇ ତଦନ୍ତ

(ହିଞିଳି/ ରଜନୀକାନ୍ତ ପାତ୍ର): ଭଞ୍ଜନଗର ଥାନା ବାରୁଡ଼ାର ସତ୍ୟବାନ ସ୍ବାଇଁଙ୍କୁ ସୁରାଟ ପୋଲିସ ଗତ ଗୁରୁବାର ପିଟି ପିଟି ମାରି ଦେବା ଘଟଣାକୁ ୫ଦିନ ବିତିଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇନାହିଁ। ଏଭଳି ସ୍ଥିତିରେ ସୋମବାର କଂଗ୍ରେସ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି। ଏଥିସହ ସତ୍ୟବାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି ହୋଇଛି। ନଚେତ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପିସିସିର ଏକ ପ୍ରତିନିଧିମଣ୍ଡଳୀ ସୋମବାର ସତ୍ୟବାନଙ୍କ ପରିବାରକୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ଜିଲା କଂଗ୍ରେସ କାର୍ୟ୍ୟକାରୀ ସଭାପତି ସନ୍ତୋଷ ନାୟକ, ବିଜୟ ସାହୁ, ଶମ୍ଭୁନାଥ ପାଣିଗ୍ରାହୀ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ବରୂପା ତ୍ରିପାଠୀ, ପିସିସି ସଭ୍ୟ ଦେବୀ ବିଷୋୟୀ, ପ୍ରଶାନ୍ତ ବିଷୋୟୀ, ବିଦ୍ୟାଧର ପ୍ରଧାନ ପ୍ରମୁଖ ବାରୁଡ଼ା ଯାଇ ସତ୍ୟବାନଙ୍କ ପରିବାରକୁ ଭେଟିଥିଲେ। ବିଧାୟକ ଜେନା ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ପ୍ରବାସୀ ଓଡ଼ିଆ ସମାଜ, ସୁରଟ ପକ୍ଷରୁ ସତ୍ୟବାଦଙ୍କ ପରିବାକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସୁରଟ ପ୍ରବାସୀ ଓଡ଼ିଆ ସମାଜର ସଭାପତି ପ୍ରଦୀପ କୁମାର ସାହୁ ଏହି ସୂଚନା ଦେଇଛନ୍ତି।

Related posts

ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ରାଜ୍ୟସରକାର ଦେଇଛନ୍ତି ନୂଆ ଦାୟିତ୍ୱ

mahabharatanews

ସମୂଦ୍ରରେ ପ୍ରଳୟ ରଚୁଛି ବାତ୍ୟା : ଉପକୂଳରେ ବର୍ଷିବ

mahabharatanews

ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ରୋଗୀ

mahabharatanews