ଓଡିଶା

ଅବ୍ୟବସ୍ଥାରେ ଚାଲିଛି ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର

(ଜୟନ୍ତ କଚମାର ସେଠୀ, ଗୋପ): ବିଶ୍ବ ମହାମାରୀ କରୋନା ଭୂତାଣୁ ସାରା ଦେଶରେ ତାଣ୍ଡବ ରଚୁଥିବା ବେଳେ ଏବେ ବାତ୍ୟା ଅମ୍ପାନକୁ ନେଇ ଓଡ଼ିଶାରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଳକରୁ କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରାୟ ୫ରୁ ଅଧିକ ବାତ୍ୟାଆଶ୍ରୟ ସ୍ଥଳ, କ୍ବାରେଣ୍ଟାଇନ ସେଣ୍ଟରରେ ଆଲୋକ ବ୍ୟବସ୍ଥା ନ ଥିଲା। ସରପଞ୍ଚମାନଙ୍କୁ ଇନଭିଟର, ଡିଜି ପାଇଁ ମୋଟା ଅଙ୍କରେ ଟଙ୍କା ଆସିଥିଲେ ମଧ୍ୟ କାକଟପୁର ବ୍ଳକର ଜଳେଶ୍ବର ପଡା ପଞ୍ଚାୟତ ସରପଞ୍ଚ ଓ ବିଜେଡିର ଜିଲା ପରିଷଦ ସଂପୂର୍ଣ୍ଣ ହଡପ କରି ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି । ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି ଏହି ସେଣ୍ଟରରୁ କରୋନା ପଜେଟିଭି ବାହାରୀ ଥିଲେ ମଧ୍ୟ ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଜଗିବା ପାଇଁ କେହି ନ ଥିବାର ଦେଖିବାକୁ ମିଳିଛି । ଯାହାପାଇଁ କ୍ଷବ ପ୍ରକାଶ କରିଛନ୍ତି ସଂଗରୋଧରେ ଥିବା ଓଡ଼ିଆ ପ୍ରଭାସିଙ୍କ ପରିବାର ଲୋକ।

ଅନ୍ୟ ପକ୍ଷରେ ଲାଇନର ବ୍ୟବସ୍ଥା ନଥିବାରୁ ଆଜି ସେମାନେ ଖାଇ ନ ଥିବା ମଧ୍ୟ କହିଛନ୍ତି। ବାସ୍ତବରେ ସରକାର ସରପଞ୍ଚଙ୍କୁ ଦେଇଥିବା ଜିଲାପାଳ କ୍ଷମତା ଓ ମୋଟା ଅଙ୍କର ରାଜସ୍ବ କିପରି ବାଟ ମାରଣା ହେଉଛି ତାହା ଏକ ପ୍ରକାର ତଦନ୍ତ ସାପେକ୍ଷ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

Related posts

ଇଡକୋ ଦୁର୍ନୀତି ଖଜୁରୀ ଗଛର ଆଉ ଜଣେ ବିରଞ୍ଚି

mahabharatanews

ଶ୍ୟାମାକାଳୀ ମନ୍ଦିରରେ ଶ୍ୱେତ ପେଚାର ନୃତ୍ୟ

mahabharatanews

ଜିନ୍ଦଲ ବିରୋଧରେ ଏକତ୍ରୀତ ୩ ପଞ୍ଚାୟତ

mahabharatanews