ଓଡିଶା

ସ୍ଵତନ୍ତ୍ର ରେଳ ଯୋଗେ ତେଲେଙ୍ଗାନାରୁ ଆସିଲେ ୧୬୦ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

(ମନୋଜ ସାହୁ, ର।ୟଗଡ଼): ପ୍ରବାସୀ ଓଡ଼ିଆ ଶ୍ରମିକ ତେଲଙ୍ଗନା ପ୍ରଦେଶରେ ବିଭନ୍ନ ସ୍ଥାନକୁ ରୋଜଗାର କରିବା ପାଇଁ ଆମ ରାଜ୍ୟର ଗଜପତି, ରାୟଗଡ।, କରାପୁଟ, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାର ଯାଇଥିଲେ । କରୋନା ଲକଡାଉନ ହେବାଫଳରେ ବିଭନ୍ନ ସମସ୍ୟାର ସମ୍ମୁଖୀନ ହେବେ ଫଳରେ ସେଠାରୁ ସ୍ଵତନ୍ତ୍ର ରେଳ ଯୋଗେ ଆଜି ସେମାନେ ରାୟଗଡ଼ା ପହଞ୍ଚିଛନ୍ତି । ଗଜପତିରୁ ୪୦ଜଣ, ରାୟଗଡ଼ାର ୧୫ଜଣ, କୋରପୁଟର ୨୪ଜଣ, ନବରଙ୍ଗପୁର ଜିଲ୍ଲାର ୩୧ଜଣ, କନ୍ଧମାଳର ୭ଜଣ ଓ ମାଲକାନଗିରି ଜିଲ୍ଲାର ୪୩ଜଣ ମିଶି ସର୍ବମୋଟ ୧୬୦ଜଣ ଶ୍ରମିକ ଆଜି ରାୟଗଡ଼ା ପହଞ୍ଚିଲେ ।

ସେହି ଶ୍ରମିକମାଙ୍କୁ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପି.ଡି, ଡି.ଆର ଡି. ଏ. ଶ୍ରୀ ଅମ୍ରିତ ରୁତୁରାଜ, ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ବି.ଏସ.ବଳୀର।ମ, ଉପଜିଲ୍ଲାପାଳ ରାୟଗଡ଼ା ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ପ୍ରବାସୀ ଶ୍ରମିକ ମ।ନଙ୍କୁ ସ୍ବାଗତ କରିଥିଲେ ଓ ସଂପୃକ୍ତ ଜିଲା ଅଧିକାରୀମାନଙ୍କୁ ହସ୍ତାନ୍ତର କରିଥିଲେ ।

ଏହା ବ୍ୟତିତ ଜିଲ୍ଲା ସୀମା ଅତିକ୍ରମ କରି ଅନ୍ୟରାଜ୍ୟରୁ ଆସି ରାୟଗଡ଼ାର ବିଭିନ୍ନ ଅଭ୍ୟର୍ଥନା କେନ୍ଦ୍ରମାଙ୍କରେ ରହିଥିବା ବଲାଙ୍ଗୀର ଓ ନୂଆପଡ଼ା ଶ୍ରମିକମାନଙ୍କୁ ନିଜ ନିଜ ଜିଲ୍ଲାକୁ ୧୩ ଗୋଟି ବସରେ ପଠାଯାଇଥିଲା । ବଲାଙ୍ଗୀରକୁ ୧୨ଟି ଓ ନୂଆପଡ଼ାକୁ ଗୋଟିଏ ବସ୍ ଯୋଗେ ପଠାଯାଇଛି ।

Related posts

ଓଡ଼ିଶାରେ ଖୋଲିବ ୨ଶହ ଗୋଶାଳା

mahabharatanews

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

mahabharatanews

ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ; ଆଖିବୁଜିଲେ ଜଣେ ପ୍ରସୂତି

mahabharatanews