Uncategorized

ଅମ୍ଫାନରେ ୨୧ ଜଣଙ୍କ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ ଅମ୍ଫାନର ପ୍ରକୋପରେ ପ୍ରାୟ ୨୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଝଡ ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଇ ବାଂଲାଦେଶକୁ ପ୍ରବାହିତ ହୋଇଥିଲା । ଏଥିରେ ଓଡ଼ିଶାରେ ୨ଜଣ, ପଶ୍ଚିମବଙ୍ଗରେ ୧୨ ଜଣ ଓ ପଡ଼ୋଶୀ ବାଂଲାଦେଶରେ ୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଗୁରୁବାର ରାତି ୨: ୩୦ ମିନିଟ୍‌ ସୁଦ୍ଧା ବାତ୍ୟା ଅମ୍ଫାନ୍ କୋଲ୍‌କାତା ଠାରୁ ଉତ୍ତର- ଉତ୍ତରପୂର୍ବ ଦିଗରେ ୨୧୦ କିଲୋମିଟର୍ ଦୂର ବାଂଲାଦେଶ ଉପରେ କେନ୍ଦ୍ରୀଭୂତ ହୋଇ ରହିଛି। ଏହା ସେହି ଦିଗରେ ଆହୁରି ଅଗ୍ରସର ହୋଇ ଗୁରୁବାର ସକାଳେ ଗଭୀର ଅବପାତରେ ରୂପାନ୍ତର ହେବ। ଫଳରେ ଗୁରୁବାର ଦିନ ସାରା ଉତ୍ତର ବଙ୍ଗରେ ପ୍ରବଳ ବର୍ଷା ହେବ। ଶୁକ୍ରବାର ଦିନ ଆକାଶ ମେଘମୁକ୍ତ ହେବ ବୋଲି ଆଲିପୁର ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ରାଜ୍ୟ ୩ ପ୍ରକାର ସମସ୍ୟା ଦେଇ ଗୋଟିଏ ସମୟରେ ଗତି କରିଛି । ଗୋଟିଏ ପଟେ କରୋନା ସଂକ୍ରମଣ ଦେଇ ରାଜ୍ୟ ଗତିକରୁଥିବା ବେଳେ ପ୍ରବାସୀଙ୍କ ଘର ବାହୁଡା, ତା ଉପରେ ପୁଣି ଅମ୍ଫାନ ।

Related posts

ଗରିବ ପରିବାରର ଯତ୍ନ ନିଅନ୍ତୁ: ପ୍ରଧାନମନ୍ତ୍ରୀ

mahabharatanews

ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ଭାରତବାସୀ ପ୍ରତିଜ୍ଞାବଦ୍ଧ: ମୋଦି

mahabharatanews

ପେଗାସସ୍ ମାମଲାରେ ସମାନ୍ତରାଳ ବିତର୍କ ନ ହେଉ: ସିଜେଆଇ

mahabharatanews