Uncategorized

କରାଚୀରେ ବିମାନ ଦୁର୍ଘଟଣା: ୯୮ ଯାତ୍ରୀଙ୍କୁ ନେଇ ଭରିଥିଲା ଉଡାଣ

କରାଚୀ: ପାକିସ୍ତାନରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି । ଲାହୋରରୁ କରାଚି ଆସୁଥିବା ପାକିସ୍ତାନର ଇଣ୍ଟରନାସନାଲ ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାକିସ୍ତାନୀ ମିଡିଆ ମୁତାବକ ଏହି ଦୁର୍ଘଟଣା କରାଚୀ ଏୟାରପୋର୍ଟ ନିକଟରେ ଜନବସତି ମଧ୍ୟରେ ହୋଇଛି । ବିମାନ ଲାଣ୍ଡିଂ କରିବା ପୂର୍ବରୁ ହିଁ ଦୁର୍ଘଟଣା ଘଟିଛି । ବିମାନରେ ମୋଟ ୯୮ ଜଣ ଯାତ୍ରୀ ଥିଲେ ।
ପାକିସ୍ତ।।ନର ବିମାନ ଏ-୩୨୦, ୯୮ ଜଣ ଯାତ୍ରୀଙ୍କୁ ନେଇ ଲାହୋରରୁ କରାଚୀ ଯାତ୍ରା କରୁଥିଲା । କରାଚୀ ନିକଟସ୍ଥ ମାଲିର ଠାରେ ଜିନ୍ନ।। ଗାର୍ଡନ ଅଞ୍ଚଳରେ ବିମାନ ଖସି ପଡିଛି । ଦୁର୍ଘଟଣାପରେ ସାରା ଅଞ୍ଚଳ କଳା ଧୂଆଁରେ ଭରି ଯାଇଥିଲା । ତେବେ ଏହି ଦୁର୍ଘଟଣାରେ କେତେଜଣ ମୃତାହତ ହୋଇଛନ୍ତି ତାହାର ସୂଚନା ମିଳିନାହିଁ ।

Related posts

ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ପ୍ରିୟଙ୍କାଙ୍କ ଟାର୍ଗେଟ

mahabharatanews

ଦିଲ୍ଲୀର ସବୁ ସ୍କୁଲରେ ହନୁମାନ ଚାଳିଶା ପଢାଯାଉ: କୈଳାସ

mahabharatanews

ଶିନାଜିୟାଙ୍ଗରେ ସଂଖ୍ୟାଲଘୁ ମୁସଲମାନଙ୍କ ନରସଂହାର ହେଉଛି: ଆମେରିକା

mahabharatanews