ଓଡିଶା

ଆଜିଠୁ ଚଣ୍ଡିଖୋଲ ବଜାର ଓଳିଏ ଖୋଲିବା ପାଇଁ ନିଷ୍ପତି

(କୀର୍ତ୍ତିରାଜ ସ୍ୱାଇଁ, ଯାଜପୁର):  ପୂର୍ବରୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ନିଷ୍ପତି ଅନୁଯାୟୀ କଂଟେନ୍ମେଣ୍ଟ ଜୋନ ଗୁଡ଼ିକୁ ଛାଡ଼ି ଜିଲ୍ଲାର ଅନ୍ୟ ସମସ୍ତ ଅଞ୍ଚଳରେ ଦୋକାନ ବଜାର ସକାଳ ୭ ରୁ ଦିନ ୧ଟା ପର୍ୟ୍ୟନ୍ତ ଏବଂ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଦୁଇ ଓଳି ଖୋଲିବା ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ଜନଗହଳିପୂର୍ଣ୍ଣ ଚଣ୍ଡିଖୋଲ ଛକ ୩ ଟି ଜାତୀୟ ରାଜପଥର ସଂଗମସ୍ଥଳ ହୋଇଥିବାରୁ ସେଠାରେ ବହୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଗାଡିରୁ ପ୍ରବାସୀମାନେ ଗାଡିରୁ ଓହ୍ଲାଇ ବଜାରରେ ବୁଲି ଜିନିଷ ପତ୍ର କିଣା କିଣି କରୁଥିବାବେଳେ ଏହି ସମୟରେ ବଜାରରେ ମଧ୍ୟ ଭିଡ ରହୁଥିବାରୁ ସ୍ଥାନୀୟ ଅସ୍ଥାୟୀ ବ୍ୟବସାୟୀ ସଂଘ ଏବଂ ବଣିକ ସଂଘ ପକ୍ଷରୁ ମିଳିତ ଭାବେ ଏକ ବୈଠକ କରି ଆଜିଠୁ ଚଣ୍ଡିଖୋଲ ବଜାରକୁ ଏକ ଓଳି ଅର୍ଥାତ୍ ସକାଳ ୭ରୁ ଦିନ ୧ ଟା ପର୍ୟ୍ୟନ୍ତ ଖୋଲିବାକୁ ନିଷ୍ପତି ନେବା ସହ ଏହି ନିଷ୍ପତି ପତ୍ରର ଏକ ନକଲ ବଡ଼ଚଣା ବିଡ଼ିଓ ଏବଂ ବଡ଼ଚଣା ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଏହି ବୈଠକରେ ସ୍ଥାନୀୟ ଅସ୍ଥାୟୀ ବ୍ୟବସାୟୀ ସଂଘ ସଭାପତି ମହେଶ୍ୱର ବଳ, ସମ୍ପାଦକ ତଥା ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ କୁମାର ସ୍ବାଇଁ, ବଣିକ ସଂଘ ସଭାପତି କ୍ଷୀରୋଦ ମାହାଲା, ସମ୍ପାଦକ ରବୀନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ନିଷ୍ପତିକୁ ସ୍ଥାନୀୟ ବ୍ୟବସାୟୀ ଏବଂ ଜନସାଧାରଣ ସ୍ବାଗତ କରିଛନ୍ତି।

Related posts

ଆଜିଠୁ ଶ୍ରୀମନ୍ଦିରରେ ଚନ୍ଦନ ଯାତ୍ରା

mahabharatanews

ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

mahabharatanews

ଇମାମି ପେପର ମିଲରେ ନିଆଁ ଲାଗି କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ

mahabharatanews