ଓଡିଶା

ସାପ କାମୁଡ଼ାରେ ଜଣେ ମୃତ୍ୟୁ

(ସତ୍ୟନାରାୟଣ ପାଲ୍, ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ କୁକୁଡ଼ାଅଣ୍ଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘରଭିତରେ ସୋଇଥିବା ଅବସ୍ଥାରେ ସୁକେନ୍ ସରେନ ନାମକ ଏକ ଯୁବକକୁ ଏକ ବିଷଧର ସାପ ତାର ଡାହାଣ ପଟ କାନରେ କାମୁଡି ଥିବାର ଚିନ୍ନ ଦେଖିବାକୁ ମିଳିଥିଲା। ସୁମେନଙ୍କ ପାଟି ଶୁଣି ଘର ଲୋକ ପାଖକୁ ଦୌଡ଼ି ଯାଇଥିଲେ। ତାକୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ମେଡିକାଲକୁ ନେଇ ଆସିଥିଲେ । ରାଇରଙ୍ଗପୁର ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଆଜି ଦିନ ତିନି ଟା ସମୟରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କଲେ । କାଲି ସକାଳେ ତାର ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଦିଆଯିବ।

Related posts

ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ଉପରେ ରହିଛି

mahabharatanews

ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକର ୪୯ରୁ ଉର୍ଦ୍ଧ୍ବ ଗାଁରେ ବନ୍ୟା

mahabharatanews

ଅକ୍ଟୋବର ୨୮ରେ ପାରାଦୀପ ଟ୍ରଷ୍ଟ ନିର୍ବାଚନ

mahabharatanews