ଓଡିଶା

ଡିଫେନ୍ସ ସିକ୍ୟୁରିଟି କର୍ପ୍ସ ତରଫରୁ ଗରିବଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ

(ଜୟନ୍ତ କୁମାର ସେଠୀ, ଗୋପ): ପୁରୀ ଜିଲ୍ଲା ପିପିଲି ଦାନ ଗହିରିରେ ଡିଫେନ୍ସ ସିକ୍ୟୁରିଟି କର୍ପ୍ସ ତରଫରୁ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ । ଦେଶରେ କରୋନା ସଂକ୍ରମଣ ନହେବା ପାଇଁ ସରକାର ସବୁଅଡେ ଲକ୍ଡାଉନ ଘୋଷଣା କରିଛନ୍ତି । ଏହି ବିପତ୍ତି ସମୟରେ ପିପିଲି ବିଭିନ୍ନ ଅଂଚଳରେ ଥିବା ବହୁ ଦିନମଜୁରିଆ କାମଧନ୍ଦା ନ ପାଇ ଘରେ ହାତ ବାନ୍ଧି ବସୁଥିବା ବେଳେ ଏହି ଦିନମଜୁରିଆମାନଙ୍କୁ ରାସନ ପ୍ରଦାନ କରି ସହାୟତାର ହାତ ବଢାଇଛନ୍ତି ଡିଫେନ୍ସ ସିକ୍ୟୁରିଟି କର୍ପ୍ସର ଜବାନମାନେ । ପୁରୀଜିଲ୍ଲା ଡିଫେନ୍ସ ସିକ୍ୟୁରିଟି କର୍ପ୍ସ ଓ ଭୂବନେଶ୍ୱର ଡିଫେନସ ରିସର୍ଚ୍ସ ଡେଭ୍ଲବ୍ମେଣ୍ଟ ଅର୍ଗାନାଇଜେସନ ମିଳିତ ଭାବେ ଜବାନମାନେ ନିଜସ୍ୱ ଅର୍ଥ ଆଦାୟ କରି ପିପିଲି ବିଭିନ୍ନ ସ୍ଥାନରେ ଥିବା ଗରିବ ଲୋକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । ଡିଫେନ୍ସ ସିକ୍ୟୁରିଟି କର୍ପ୍ସର ଲେଫ୍ଟନାଣ୍ଟ କର୍ଣ୍ଣଲ କପିଲ ଜୁହାରିଙ୍କ ନେତୃତ୍ୱରେ ପୋଲିସ ଅଧିକାରୀ ଏଏସଆଇ ମହମଦ ଅବଦୁଲଙ୍କ ସହଯୋଗ କ୍ରମେ ପ୍ଲାଟୁନ କମାଣ୍ଡର ନାୟବ ସୁବେଦାର ରାକେଶ କୁମାର, ନାୟକ ଦେବରାଜ ବିଶ୍ୱାଳ, ସିପାହୀ ସଂଜୀବ୍ ମଲ୍ଲିକ୍, ପ୍ରଭାକର ସାହୁ ପ୍ରମୁଖ ଜବାନମାନେ ପିପିଲି ଦାନୋଗହିର ଗ୍ରାମକୁ ଯାଇ ବିଭିନ୍ନ ସାହିରେ ଥିବା ଦିନ ମଜୁରିଆ ଗରିବ ଲୋକମାନଙ୍କୁ ଚାଉଳ, ଡାଲି, ତେଲ, ଲୁଣ, ସାବୁନ ଓ ଅନନ୍ୟ ସାମଗ୍ରୀ ସହ ଥିବା ରାସନ ପ୍ୟାକେଟ ପ୍ରଦାନ କରିଛନ୍ତି । ଏହି ବଣ୍ଟନ ସମୟରେ ଦାନୋଗହିର ଗ୍ରାମର ୱାଡମେମ୍ବର ମହମ୍ମଦ ଇବ୍ରାର ,ସ୍ଥାନୀୟ ସମାଜସେବୀ ଜମିଲ ଅକ୍ତର ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଟ୍ରକ୍ ଓଲଟି ୨ ଗୁରୁତର

mahabharatanews

ବନ୍ୟା ଲାଗି ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ବନ୍ଦ

mahabharatanews

ଜନତା କର୍ଫ୍ୟୁ କଲ୍ୟାଣସିଂହପୁର ବ୍ଲକରେ ସମ୍ପୂର୍ଣ୍ଣ ସଫଳ

mahabharatanews