ଅପରାଧଓଡିଶା

ଚୋରା ଚାଲାଣ ବେଳେ ଟ୍ରକ ସହ ବିପୁଳ ଗଞ୍ଜେଇ ଜବତ, ୩ ଗିରଫ

ଟୁକୁନା ଖରା, ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି, ମୈଦଲପୁର ପୋଲିସ ପକ୍ଷରୁ ଜାତୀୟ ରାଜପଥ ଉପର ମୈଦଲପୁର ଛକରେ ସନ୍ଧ୍ୟା ସମୟରେ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଟ୍ରକ ଜବତ କରିବା ସହିତ ୩ ଜଣ ଅଭିଯୁକ୍ତ ଗିରଫ୍ କରାଯାଇଛି । ଅଭିଯୁକ୍ତ ମାନେ ବିହାର ଅଞ୍ଚଳର । ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥିଲା । ଏହା ପରେ ପୋଲିସ ପକ୍ଷରୁ ମୈଦଲପୁର ଛକ ନିକଟରେ ଯାଞ୍ଚକୁ କଡାକଡି କରାଯାଇଥିଲା । ଟ୍ରକଟି ସେହି ରାସ୍ତା ଦେଇ ଯାଉଥିବା ସମୟରେ ଟ୍ରକରେ ୬ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ମିଳିଥିଲା । ପୋଲିସ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ ପାପଡ଼ାହାଣ୍ଡି ଥାନା ପୋଲିସ ଓ ମଇଦଲପୁର ଫାଣ୍ଡି ପୋଲିସ ତଦନ୍ତ ଜାରି ରଖିଛନ୍ତି।

Related posts

ଦିନ ଦି ପହରେ ଲୁଟିନେଲେ ଦୁର୍ବୃତ୍ତ

mahabharatanews

ଉଦ୍ଧାର ହେଲା ୩ ବିରାଟକାୟ ମାଛ

mahabharatanews

ଅସୁରକ୍ଷିତ ସହର ପାଲଟିଛି ବାଲୁଗାଁ ଥାନା ଅଧିନସ୍ଥ ବିଭିନ୍ନ ଅଞ୍ଚଳ

mahabharatanews