ଅପରାଧଓଡିଶା

ଚୋରା ଚାଲାଣ ବେଳେ ଟ୍ରକ ସହ ବିପୁଳ ଗଞ୍ଜେଇ ଜବତ, ୩ ଗିରଫ

ଟୁକୁନା ଖରା, ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି, ମୈଦଲପୁର ପୋଲିସ ପକ୍ଷରୁ ଜାତୀୟ ରାଜପଥ ଉପର ମୈଦଲପୁର ଛକରେ ସନ୍ଧ୍ୟା ସମୟରେ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଟ୍ରକ ଜବତ କରିବା ସହିତ ୩ ଜଣ ଅଭିଯୁକ୍ତ ଗିରଫ୍ କରାଯାଇଛି । ଅଭିଯୁକ୍ତ ମାନେ ବିହାର ଅଞ୍ଚଳର । ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥିଲା । ଏହା ପରେ ପୋଲିସ ପକ୍ଷରୁ ମୈଦଲପୁର ଛକ ନିକଟରେ ଯାଞ୍ଚକୁ କଡାକଡି କରାଯାଇଥିଲା । ଟ୍ରକଟି ସେହି ରାସ୍ତା ଦେଇ ଯାଉଥିବା ସମୟରେ ଟ୍ରକରେ ୬ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ମିଳିଥିଲା । ପୋଲିସ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ ପାପଡ଼ାହାଣ୍ଡି ଥାନା ପୋଲିସ ଓ ମଇଦଲପୁର ଫାଣ୍ଡି ପୋଲିସ ତଦନ୍ତ ଜାରି ରଖିଛନ୍ତି।

Related posts

କମ୍ୟୁନିଟି ହଲ ନିର୍ମାଣରେ ଦୁର୍ନୀତି, ବିଡିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

mahabharatanews

କୋରାପୁଟରେ ପ୍ରଥମ କରୋନା ରୋଗୀ ଚିହ୍ନଟ 

mahabharatanews

କ୍ୱାରେଣ୍ଟାଇନ ପରେ ପ୍ରୋତ୍ସାହନ ରାଶି ମିଳିବାରେ ବିଳମ୍ବ ନେଇ ପ୍ରବାସୀ ଶ୍ରମିକଙ୍କ ଧାରଣା

mahabharatanews