ଓଡିଶା

ଟ୍ରେଣ୍ଡି ରଫଲ ଲେହେଙ୍ଗା

(ମହାଭରତ ): ସାଧାରଣତଃ ପୋଷାକର କିଛି କିଛି ସ୍ଥାନରେ କପଡ଼ା କୁଞ୍ଚ କୁଞ୍ଚ ହୋଇ ଝୁଲିକି ରହିବାର ଷ୍ଟାଇଲକୁ ରଫଲ କୁହାଯାଇଥାଏ । ଆଉଟଫିଟ୍ ଯେତେ ସିମ୍ପଲ ହେଉନା କାହିଁକି ରଫଲ ଦ୍ୱାରା ସେଥିରେ ଗ୍ଳାମର ଟଚ୍ ଆସିଥାଏ । ସେଥିପାଇଁ ତ ଏବେ ରଫଲ ଆଉଟଫିଟର ଟ୍ରେଣ୍ଡ ଖୁବ ଚାଲିଛି । ଟପ୍ସଠାରୁ ଆରମ୍ଭ କରି ଶାଢି , ଡ଼୍ରେସ , ସ୍କର୍ଟ ଏପରି ଏକ ଲେହେଙ୍ଗାରେ ବି ରଫଲ ଷ୍ଟାଇଲକୁ ଅନୁକରଣ କରାଯାଉଥିବା ଦେଖିବାକୁ ମିଳୁଛି । ଏଠାରେ ସେମିତି କିଛି ଟ୍ରେଣ୍ଡି ରଫଲ ଲେହେଙ୍ଗା ସମ୍ପର୍କରେ ।
ଋଫଲ ଆର୍ଟ ସିଲ୍କ ରେଡ଼ ଲେହେଙ୍ଗା: ଏହାକୁ ଫ୍ୟାଶନ ଏକ୍ସପର୍ଟମାନେ ନ୍ୟୁ ଏଜ ଲେହେଙ୍ଗା ବୋଲି ମଧ୍ୟ କହିଥାନ୍ତି । ଏହି ଲେହେଙ୍ଗାର ଆକର୍ଷଣୀୟ ରଙ୍ଗ ସାଙ୍ଗକୁ ମଲ୍ଡି ଲେୟାର ଡ଼ିଜାଇନ ପାର୍ଟି ଲୁକ ପାଇଁ ପୂରା ପରଫେକ୍ଟ ଲାଗେ । ତେବେ ଏହି ଲେହେଙ୍ଗାର ରଙ୍ଗ ରେଡ଼ ବା ନାଲି ହୋଇଥିବାରୁ ତା’ ସହିତ ମ୍ୟାଚିଂ କରି ନାଲି ରଙ୍ଗର ହାଇ ହିଲ ପିନ୍ଧିଲେ ଲୁକ ମଡ଼ର୍ନ ଲାଗିଥାଏ ।
ଲେହେଙ୍ଗା ଉଇଥ ରଫଲ ଦୁପଟ୍ଟା: ମିକ୍ସ ଆଣ୍ଡ ମ୍ୟାଚ ପାର୍ଟନ ଆଉଟଫିଟରେ ବି ଚଳଣି ଏବେ ଖୁବ ଚାଲିଛି । ତେଣୁ ଆଜିକାଲି ଦେଖିବାକୁ ମିଳିଛି କେତେକ ଲେହେଙ୍ଗାର କେବଳ ଦୁପଟ୍ଟା ବା ଓଢଣୀରେ ରଫଲ କାମ ହୋଇ ଆସୁଛି , ଯାହାକୁ ପାର୍ଟି , ଫଙ୍କସନ ଏପରି କିି ପର୍ବପର୍ବାଣିରେ ମଧ୍ୟ ପିନ୍ଧି ହେବ । ହେହେତୁ ଏହି ଲେହେଙ୍ଗାର କେବଳ ଦୁପଟ୍ଟାରେ ରଫଲ କାମ ହୋଇଥାଏ, ତେଣୁ ଏହାକୁ ମ୍ୟାଚିଂ କରି ରଫଲ ଜୁଏଲେରୀ ପିନ୍ଧିଲେ ଷ୍ଟାଇଲ ବାଲାନ୍ସ ଲାଗିଥାଏ ।
ରଫଲ ଏମ୍ବ୍ରୋଡ଼ୋରୀ ଲେହେଙ୍ଗା ଚୋଲି: ଏମ୍ବ୍ରୋଡ଼ୋରୀ କାମ ହୋଇଥିବା ଆଉଟଫିଟ ସବୁବେଳେ ଆକର୍ଷଣୀୟ ଲାଗିଥାଏ । ଆଉ ଯେଉଁ ଲେହେଙ୍ଗାରେ ଏମ୍ବ୍ରୋଡୋ଼ରୀ ସାଙ୍ଗକୁ ରଫଲ ଡ଼ିଜାଇନର ବ୍ୟବହାର ହୋଇଥିବ , ତାହା ଯେ କେତେ ସୁନ୍ଦର ଦେଖାଯାଉ ନଥିବା ଥରେ ଚିନ୍ତା କରନ୍ତୁ ନା । ତା’ହେଲେ ଆଉ ଡ଼େରି କାହିଁକି ଏ ଷ୍ଟାଇଲର ଲେହେଙ୍ଗାକୁ କିଣି ଗ୍ଳମାର୍ସ ଲୁକ ପାଇବାକୁ ପ୍ରସ୍ତୁ ତ ହୋଇ ଯାଆନ୍ତୁ ନା । ତେବେ ଏହି ଲେହେଙ୍ଗା ସହ ହାଲକା ଜୁଏଲାରୀ ପିନ୍ଧିଲେ ସୋବର ଲୁକ ମିଳିଥାଏ ।
ଷ୍ଟୋନ ୱାର୍କ ରଫଲ ଲେହେଙ୍ଗା: ଏ ଧରଣର ଲେହେଙ୍ଗାରେ ଯେଉଁ ଯେଉଁ ସ୍ଥାନରେ ରଫଲର ବ୍ୟବହାର କରାଯାଇଥାଏ, ଠିକ ସେହି ସ୍ଥାନରେ ଗୋଟିଏ ଗୋଟିଏ ଷ୍ଟୋନ ଲାଗିବା ସହ ଲେହେଙ୍ଗାରେ ବ୍ଳାଉଜ ଓ ଦୁପଟ୍ଟାରେ ବି ଷ୍ଟୋନ କାମ ହୋଇଥାଏ । ଖାସ କରି ନାଇଟ ପାର୍ଟିର ଏହାକୁ ପିିନ୍ଧିଲେ ରଙ୍ଗିନ ଆଲୋକରେ ଏହା ଖୁବ ଗର୍ଜିୟସ ଲାଗିଥାଏ । ତା’ଛଡ଼ା ଏହି ଲେହେଙ୍ଗାରେ ଷ୍ଟୋନ କାମ ହୋଇଥିବାରୁ ଏହା ସହିତ ଷ୍ଟୋନ ଜୁଏଲାରୀ ପିନ୍ଧିଲେ ହିଁ ଭଲ ମାନେ ।
ରୟାଲ ବ୍ଲୁ ଏମ୍ବ୍ରୋଡ଼ୋରୀ ରଫଲ ଲେହେଙ୍ଗା: ରୟାଲ ବ୍ଳୁ କୁ ସାଧାରଣତଃ ରିଚ ବଲର କୁହାଯାଇଥାଏ । ଏତେ ସୁନ୍ଦର ରଙ୍ଗ ସାଙ୍ଗକୁ ରଫଲର ଡ଼ିଜାଇନ ଏହି ଲେହେଙ୍ଗାରେ ଆକର୍ଶଣକୁ ଆହୁରି ବଢାଇଦିଏ । ଯଦ୍ୱାରା ଏହାକୁ ପିନ୍ଧିଲେ ପାର୍ଟି , ଫଙ୍କସନରେ ଆକର୍ଷଣୀୟ ଲୁକ ମିଳିଥାଏ । ଖାସ କଥା ହେଉଛି ଏହି ଲେହେଙ୍ଗା ସହ ମ୍ୟାଚିଂ କଲରର ରଫଲ ଇୟର ରିଂ ପିନ୍ଧିଲେ ଗର୍ଜିୟସ ଲୁକ ପାଇହୁଏ ।

Related posts

ହୋଟେଲ କାର୍ଯ୍ୟାଳୟରୁ ଚୋରି ଘଟଣା: ୩୨ ଲକ୍ଷ ଟଙ୍କା ଓ ୪ଟି ମୋବାଇଲ ଫୋନ ଜବତ

mahabharatanews

ଆଜି କୁମାର ପୂର୍ଣ୍ଣିମା; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

mahabharatanews

୨୨ରୁ ହାଇକୋର୍ଟରେ ଗ୍ରୀଷ୍ମ ଛୁଟି

mahabharatanews

Leave a Comment