Uncategorized

ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର, ୬୧ ଲକ୍ଷ ଲୋକ ସଂକ୍ରମିତ

(ମମତା ସାମଲ): ଚୀନର ଉହାନ ସହରରୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ଯୋଗୁଁ ବିଶ୍ୱରେ ୩ ଲକ୍ଷ ୭୦ ହଜାର ୮୭୦ ଜଣ ଲୋକ ଜୀବନ ହରାଇ ସାରିଛନ୍ତି । ସେହିଭଳି ଏହି ମାରାତ୍ମକ ଭାଇରସ ଯୋଗୁଁ ୬୧ ଲକ୍ଷ ୫୩ ହଜାର ୩୭୨ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ ୨୭ ଲକ୍ଷ ୩୪ ହଜାର ୫୪୯ ଜଣ ସୁସ୍ଥ ହୋଇଥିବା ବେଳେ ୩୦ ଲକ୍ଷ ୪୭ ହଜାର ୯୫୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ଯୁକ୍ତ ରାଷ୍ଟ୍ର ଆମେରିକାରେ କରୋନା ଭାଇରସ ଯୋଗୁଁ ୧ ଲକ୍ଷ ୫ ହଜାର ୫୫୭ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ୧୮ ଲକ୍ଷ ୧୬ ହଜାର ୮୨୦ ଜଣ ସଂକ୍ରମିତ ଅଛନ୍ତି । ଏଥିରୁ ୫ ଲକ୍ଷ ୩୫ ହଜାର ୨୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୭୬ ହଜାର ୨୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୪ ଲକ୍ଷ ୯୮ ହଜାର ୪୪୦ ସଂକ୍ରମିତ, ୨୮ ହଜାର ୮୩୪ ମୃତ
ଋଷିଆ: ୩ ଲକ୍ଷ ୯୬ ହଜାର ୫୭୫ ଜଣ ସଂକ୍ରମିତ, ୪ ହଜାର ୫୫୫ ଜଣ ମୃତ
ସ୍ପେନ: ୨ ଲକ୍ଷ ୮୬ ହଜାର ୩୦୩ ସଂକ୍ରମିତ, ୨୭ ହଜାର ୧୨୫ ମୃତ
ବ୍ରିଟେନ: ୨ ଲକ୍ଷ ୭୨ ହଜାର ୮୨୬ ସଂକ୍ରମିତ, ୩୮ ହଜାର ୩୭୬ ଜଣ ମୃତ
ଇଟାଲୀ: ୨ ଲକ୍ଷ ୩୨ ହଜାର ୬୬୪ ସଂକ୍ରମିତ, ୩୩ ହଜାର ୩୪୦ ମୃତ
ଫ୍ରାନ୍ସ: ୧ ଲକ୍ଷ ୮୮ ହଜାର ୬୨୫ ସଂକ୍ରମିତ, ୨୮ ହଜାର ୭୭୧ ଜଣ ମୃତ
ଜର୍ମାନୀ: ୧ ଲକ୍ଷ ୮୩ ହଜାର ୨୯୪ ଜଣ ସଂକ୍ରମିତ, ୮ ହଜାର ୬୦୦ ମୃତ
ତୁର୍କୀ: ୧ ଲକ୍ଷ ୬୩ ହଜାର ୧୦୩ ସଂକ୍ରମିତ, ୪ ହଜାର ୫୧୫ ଜଣ ମୃତ
ପେରୁ: ୧ ଲକ୍ଷ ୫୫ ହଜାର ୬୭୧ ସଂକ୍ରମିତ, ୪ ହଜାର ୩୭୧ ଜଣ ମୃତ

Related posts

 ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦିଲ୍ଲୀରେ ୧୩୫୪ ଫ୍ଲାଟ ବଣ୍ଟନ ଆରମ୍ଭ

mahabharatanews

୧ ମେ’ରୁ ମହାରାଷ୍ଟ୍ରରେ ଏନପିଆର ଲାଗୁ ହେବ

mahabharatanews

ସିଏଏ ସମର୍ଥନ ସମ୍ମିଳନୀରେ ଦୁଇ ଗୋଷ୍ଠୀ ହାତାହାତି

mahabharatanews