ଓଡିଶା

ଝାରସୁଗୁଡାରୁ ଉଡିଲା ବିମାନ

ଝାରସୁଗୁଡା : ଲକଡାଉନ ପାଇଁ ବନ୍ଦ ଥିଲା ଝାରସୁଗୁଡାର ବିମାନ ଉଡାଣ । ତେବେ ଆଜି ପ୍ରାୟ ଦୁଇମାସ ପରେ ଝାରସୁଗୁଡା ବିମାନବନ୍ଦରରୁ ବିମାନସେବା ଆରମ୍ଭ ହୋଇଛି । କୋଲକାତାରୁ ଆଲାଏନ୍ସ ଏୟାର ବିମାନ ବାହାରି ସକାଳ ୭ଟା ୩୫ରେ ଝାରସୁଗୁଡାରେ ପହଞ୍ଚିଛି । କୋଲକାତାରୁ ଏହି ବିମାନରେ ୭ ଜଣ ଯାତ୍ରୀ ଝାରସୁଗୁଡା ଆସିଛନ୍ତି । ଏହା ପରେ ଝାରସୁଗୁଡାରୁ ୮ଟା ୧୦ରେ ୧୨ ଜଣ ଯାତ୍ରା ନେଇ ଭୁବନେଶ୍ବର ଅଭିମୁଖେ ବିମାନ ଯାଇଛି । ବିମାନ ଭୁବନେଶ୍ଵରରୁ ୯.୪୫ ରେ ବାହାରି ପୁଣି ଥରେ ଝାରସୁଗୁଡା ଅଭିମୁଖେ ଯାତ୍ରା କରିଛି । ଝାରସୁଗୁଡାରେ ୧୦.୫୦ରେ ପହଞ୍ଚିବ । ଏହାପରେ ଆଲାଏନ୍ସ ଏୟାର ବିମାନ ଝାରସୁଗୁଡାରୁ ୧୧ଟା ୩୦ରେ ବାହାରି ଦିନ ୧ଟାରେ କୋଲକାତାରେ ପହଞ୍ଚିବ ବିମାନ । ଏନେଇ ଏଲାଏନ୍ସ ଏୟାର ଷ୍ଟେସନ ମ୍ୟାନେଜର ଅଭିଜିତ୍ ଶତପଥୀ ସୂଚନା ଦେଇଛନ୍ତି ।
ଗତ ୨୫ ତାରିଖରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସ୍‌ ଜେଟ୍ କେବଳ ଝାରସୁଗୁଡାରୁ ହାଇଦ୍ରାବାଦ ଏବଂ ନୂଆଦିଲ୍ଲୀକୁ ବିମାନ ସେବା ଆରମ୍ଭ କରିଛି। କରୋନା ମୁକାବିଲା ପାଇଁ ବିମାନ ସେବା ସାମୟିକ ଭାବେ ବନ୍ଦ ରହିଥିଲା।

Related posts

ବିଜେଡିରେ ମିଶିଲେ କବିସୂର୍ୟ୍ୟନଗରର ବିଜେପି ଓ କଂଗ୍ରେସ କର୍ମୀ

mahabharatanews

ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦାଙ୍କୁ ପୁରୀ ପୌର କାର୍ଯ୍ୟିନିର୍ବାହି ଅଧିକାରୀ ଭାବରେ ନିଯୁକ୍ତି

mahabharatanews

‘ଆମ ବସଷ୍ଟାଣ୍ଡ’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ 

mahabharatanews