ଓଡିଶା

ଝାରସୁଗୁଡାରୁ ଉଡିଲା ବିମାନ

ଝାରସୁଗୁଡା : ଲକଡାଉନ ପାଇଁ ବନ୍ଦ ଥିଲା ଝାରସୁଗୁଡାର ବିମାନ ଉଡାଣ । ତେବେ ଆଜି ପ୍ରାୟ ଦୁଇମାସ ପରେ ଝାରସୁଗୁଡା ବିମାନବନ୍ଦରରୁ ବିମାନସେବା ଆରମ୍ଭ ହୋଇଛି । କୋଲକାତାରୁ ଆଲାଏନ୍ସ ଏୟାର ବିମାନ ବାହାରି ସକାଳ ୭ଟା ୩୫ରେ ଝାରସୁଗୁଡାରେ ପହଞ୍ଚିଛି । କୋଲକାତାରୁ ଏହି ବିମାନରେ ୭ ଜଣ ଯାତ୍ରୀ ଝାରସୁଗୁଡା ଆସିଛନ୍ତି । ଏହା ପରେ ଝାରସୁଗୁଡାରୁ ୮ଟା ୧୦ରେ ୧୨ ଜଣ ଯାତ୍ରା ନେଇ ଭୁବନେଶ୍ବର ଅଭିମୁଖେ ବିମାନ ଯାଇଛି । ବିମାନ ଭୁବନେଶ୍ଵରରୁ ୯.୪୫ ରେ ବାହାରି ପୁଣି ଥରେ ଝାରସୁଗୁଡା ଅଭିମୁଖେ ଯାତ୍ରା କରିଛି । ଝାରସୁଗୁଡାରେ ୧୦.୫୦ରେ ପହଞ୍ଚିବ । ଏହାପରେ ଆଲାଏନ୍ସ ଏୟାର ବିମାନ ଝାରସୁଗୁଡାରୁ ୧୧ଟା ୩୦ରେ ବାହାରି ଦିନ ୧ଟାରେ କୋଲକାତାରେ ପହଞ୍ଚିବ ବିମାନ । ଏନେଇ ଏଲାଏନ୍ସ ଏୟାର ଷ୍ଟେସନ ମ୍ୟାନେଜର ଅଭିଜିତ୍ ଶତପଥୀ ସୂଚନା ଦେଇଛନ୍ତି ।
ଗତ ୨୫ ତାରିଖରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସ୍‌ ଜେଟ୍ କେବଳ ଝାରସୁଗୁଡାରୁ ହାଇଦ୍ରାବାଦ ଏବଂ ନୂଆଦିଲ୍ଲୀକୁ ବିମାନ ସେବା ଆରମ୍ଭ କରିଛି। କରୋନା ମୁକାବିଲା ପାଇଁ ବିମାନ ସେବା ସାମୟିକ ଭାବେ ବନ୍ଦ ରହିଥିଲା।

Related posts

ଓଡିଶା ପହଞ୍ଚିଲା ଚିକୁନ

mahabharatanews

ଗଣତନ୍ତ୍ର ମନ୍ଦିର ସମ୍ମୁଖରେ ଆତ୍ମଦାହ ଉଦ୍ୟମ ଅପରାଧ: ଡିସିପି

mahabharatanews

ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ ଭୟ; ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ

mahabharatanews