ଓଡିଶା

କୂଅରୁ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ

(ହିଞ୍ଜିଳି/ ଋକ୍ସନୀକାନ୍ତ ପାତ୍ର): ସାନଖେମୁଣ୍ଡି ପୋଡାମାରି ରେଞ୍ଜ କଂସାମାରି ଗାଁର ଏକ ପରିତ୍ୟକ୍ତ କୂଅରୁ ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ। ପୋଡାମାରି ରେଞ୍ଜର ଖବର ପାଇ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି କୂଅରେ ପଡିଥିବା ବଜ୍ରକାପ୍ତାକୁ କୌଶଳ କ୍ରମେ ଉଦ୍ଧାର କରି ପୋଡାମାରି ବନ ବିଭାଗ କାର୍ୟ୍ୟଳୟରେ ସୁରକ୍ଷିତ ଭାବେ ରଖି ଥିବା କହିଛନ୍ତି । ପୂର୍ବରୁ ମଧ୍ୟ ବଜ୍ରାଘାତ ଅଂଶ ବିଶେଷ ବ୍ରହ୍ମପୁର ବନ ବିଭାଗ ଜବତ କରିଥିବା ନେଇ ନଜର ରହିଛି। ତେବେ ଆଜି ସକାଳୁ ସକାଳୁ ଯେଉଁ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନ ବିଭାଗ । ତେବେ ଏଠାରେ ପ୍ରଶ୍ନ ଉଠୁଛି କି କେଉଁ ପରିସ୍ଥିତିରେ ଏହି ବଜ୍ରକାପ୍ତା କୂଅରେ ପଡିଲା । ପୂର୍ବରୁ ଏହି ବଜ୍ରକାପ୍ତା ନେଇ ବନ ବିଭାଗ ନିକଟରେ କୌଣସି ଖବର ନ ଥିବା ବେଳେ କିଭଳି ଗାଁ ମଧ୍ୟରେ ଥିବା ପରିତ୍ୟକ୍ତ କୂଅ ଗାଁ ଲୋକ ଖବର ଦେଲା ପରେ ଉଦ୍ଧାର କଲା ବନ ବିଭାଗ ତାହା ତଦନ୍ତ ପରେ ହିଁ ଜଣା ପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Related posts

ରାଜ୍ୟରେ ୩ ହଜାର ଟଙ୍କା ବଢ଼ିବ ଭତ୍ତା!

mahabharatanews

ଆଜି ମହାପ୍ରଭୁଙ୍କ ସୁନାବେଶ

mahabharatanews

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

mahabharatanews