ନୂଆଦିଲ୍ଲୀ : ଲକଡାଉନ ପାଇଁ ବିମାନ ଓ ଜାହାଜ ଚଳାଚଳ ବନ୍ଦ ରହିଥିଲା । ତେଣୁ ବିଦେଶରେ ଫଶି ରହିଥିଲେ ବହୁ ଭାରତୀୟ । ସରକାର ସେମାନଙ୍କୁ ଫେରାଇ ଆଣିବାକୁ ବନ୍ଦେ ଭାରତ ମିଶନ ଏବଂ ଅପରେସନ ସମୁଦ୍ର ସେତୁ ଆରମ୍ଭ କରିଥିଲେ । ସମୁଦ୍ର ସେତୁ ର ଦ୍ୱିତୀୟ ପର୍ଯ୍ୟାୟ ଉଦ୍ଧାର କାର୍ଯ୍ୟରେ ଶ୍ରୀଲଙ୍କାରେ ଫଶି ରହିଥିବା ୭୦୦ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଆଇଏନ୍ଏସ୍ ‘ଜଳାଶ୍ଵ’ କଲୋମ୍ବୋରେ ପହଞ୍ଚିଛି । ଆଜି ଜାହାଜଟି ୭୦୦ ଭାରତୀୟଙ୍କୁ ଧରି ଭାରତ ଅଭିମୁଖେ ଆସିବ । ଆଇଏନ୍ଏସ୍ ‘ଜଳାଶ୍ଵ’ କଲୋମ୍ବୋରୁ ଭାରତୀୟଙ୍କୁ ନେଇ ତାମିଲନାଡୁର ଟୁଟିକୋରିନ ଆସିବ ।
ସୂଚନାଯୋଗ୍ୟ ଭାରତୀୟ ନୌସେନା ସମୁଦ୍ର ସେତୁ ଅଭିଯାନରେ ମାଲେରୁ ୧ ହଜାର ୪୮୮ ଜଣ ଭାରତୀୟଙ୍କୁ କୋଚିରେ ପହଂଚାଇସାରିଛି। ଦ୍ୱିତୀୟ ପର୍ୟ୍ୟାୟରେ ସମୁଦ୍ର ସେତୁ ଅଭିଯାନ ପାଇଁ ଶ୍ରୀଲଙ୍କା ଓ ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟଙ୍କୁ ଫେରାଇ ଅଣାଯିବ । ଅଧିକାରୀମାନେ ଫେରିବାକୁ ଥିବା ଲୋକମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି।
previous post
next post