ଓଡିଶା

ନଗର କଂଗ୍ରେସର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୨୮୫ ୟୁନିଟ ରକ୍ତ ସଂଗ୍ରହ

ମଧୂସୁଦନ ବହିଦାର/ ବଲାଙ୍ଗୀର: କରୋନା ସଂକ୍ରମଣ ସମୟରେ ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ଏକ ମାସ ଧରି ରକ୍ତଦାନ ଜୀବନ ଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କଂଗ୍ରେସ ଦଳର ସକ୍ରିୟ କର୍ମୀ ଓ ସୁଭେଛୁମାନଙ୍କ ଦ୍ୱାରା ଦୀର୍ଘ ଏକ ମାସ ଧରି ରକ୍ତଦାନ କାର୍ୟ୍ୟକ୍ରମ ଜାରି ରହିଥିଲା। ଦୀର୍ଘ ୨୯ ଦିନର ରକ୍ତଦାନ କାର୍ୟ୍ୟକ୍ରମ ସରିଯାଇ ଥିବା ବେଳେ ଆଜି ୩୦ ତମ ଦିନରେ ଏହାର ସମାପନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୮୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଆଜିର ଏହି ମେଗା ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ନାରାୟଣ ଥନାପତି ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ କଂଗ୍ରେସର ପ୍ରବକ୍ତା ସମରେନ୍ଦ୍ର ମିଶ୍ର । ବଲାଙ୍ଗୀରରେ ପ୍ରଚଣ୍ଡ ଗରମ ସତ୍ତ୍ୱେ କଂଗ୍ରେସର କର୍ମକର୍ତ୍ତା ମାନେ କରୋନା ସଂକ୍ରମଣ ତଥା ଗରମକୁ ଭ୍ରୁକ୍ଷେପ ନକରି ନିଜର ବହୁ ମୂଲ୍ୟ ରକ୍ତଦାନ କରିଥିଲେ। ମୁଖ୍ୟ ଏତିଥି ଆୟୋଜକଙ୍କୁ ପ୍ରଶଂସା କରିବା ସହ ଏପରି ଏକ ପ୍ରତିକୂଳ ପରିସ୍ଥିତିରେ ଏକମାସ ଧରି ଏହି ବିରଳ କାର୍ୟ୍ୟକ୍ରମକୁ ସଫଳତାର ସହ ସମାପନ କରିଥିବାରୁ ନଗର କଂଗ୍ରେସକୁ ସମ୍ମାନିତ କରିଥିଲେ।

Related posts

ପୁଣି ଖଟିଆରେ ବୁହା ହେଲେ ରୋଗୀ

mahabharatanews

ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ପ୍ରେସମିଟ୍

mahabharatanews

ରାଜ୍ୟରେ ତଳମୁହାଁ ହେବାକୁ ଲାଗିଛି କରୋନା : ହଜାରେ ତଳକୁ ଖସିଲା ରାଜ୍ୟରେ କରୋନା ସଂକ୍ରମଣ

mahabharatanews