ଓଡିଶା

ଗାଇଡଲାଇନ ମାନି ରୁହ, ନହେଲେ ୫୦୦ଟଙ୍କା ଜରିମାନା

ସୂର୍ଯ୍ୟକାନ୍ତ ବେହେରା/ ମାଲକାନଗିରି: କରୋନାକୁ ନେଇ ସାରା ବିଶ୍ୱ ଏବେ ଭୟଭୀତ ହୋଇପଡିଥିବା ବେଳେ ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରାଯାଇଥିଲା । ଏବେ ଲକଡାଉନ କିଛି ମାତ୍ରାରେ କୋହଳ କରିଦିଆଯାଇଛି । କରୋନା ପାଇଁ ସରକାରଙ୍କ ପକ୍ଷରୁ କିଛି ନୂଆ କଟକଣା ଜାରି କରାଯାଇଛି । କରୋନା ସଂକ୍ରମଣ ଠାରୁ ଦୁରରେ ରହିବା ପାଇଁ ସମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର ପ୍ରତି ଗୁରୁତ୍ୱ ଦିଆ ଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ କିଛି ଅମାନିଆ ବିନା ମାସ୍କରେ ବଜାରଘାଟ ବୁଲୁଥିବାର ଦେଖିବାକୁ ମିଳୁଛି । ଗତ ଦୁଇଦିନ ହେଲା ମାଲକାନଗିରି ଥାନ ଅଧିକାରୀ ରାମପ୍ରସାଦ ନାଗ ସଦଳବଳ ନେଇ ସହରର ସମସ୍ତ ଛକ ସ୍ଥାନରେ ମାସ୍କ ପିନ୍ଧିନଥିବା ଲୋକମାନଙ୍କୁ ଅଟକାଇ ସେମାନଙ୍କୁ ମାସ୍କ ପିନ୍ଧାଇ ଛାଡୁଛନ୍ତି । ପରବର୍ତି ସମୟରେ ମାସ୍କ ବ୍ୟବହାର ନକଲେ ୫୦୦ଟଙ୍କା ଜରିମାନା ଦେଇ ମାସ୍କ ନେଇ ଘରକୁ ଯିବେ ବୋଲି ବୁଝାଇ ଦେଉଛନ୍ତି ।

ବାରମ୍ବାର ତାଗିଦ କଲେ ମଧ୍ୟ ଯଦି କେହି ମାସ୍କ ନ ପିନ୍ଧନ୍ତି ଓ ନିୟମ ଉଲଘଂନ କରନ୍ତି ତେବେ ଜରିମାନା ସହ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି । ବଜାରଘାଟକୁ ଆସିଲେ ମାସ୍କ ବ୍ୟବହାର କରିବା ସହ ସାମଜିକ ଦୂରତା ରକ୍ଷାକରିବାକୁ ,ରାସ୍ତାଘାଟରେ ଛେପ ନ ପକାଇବାକୁ, କୁହାଯାଉଛି । ଏଥିନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି ।

Related posts

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

mahabharatanews

ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକର ୪୯ରୁ ଉର୍ଦ୍ଧ୍ବ ଗାଁରେ ବନ୍ୟା

mahabharatanews