Uncategorized

ଭାରତରେ ଆତଙ୍କୀ ଅନୁପ୍ରବେଶର ଷଡଯନ୍ତ୍ର କରୁଛି ଆଇଏସଆଇ

ନୂଆଦିଲ୍ଲୀ : ଭାରତ ଓ ଚୀନ ସେନା ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାର ଫାଇଦା ନେବାକୁ ଉଦ୍ୟମ କରିଛି ପାକିସ୍ତାନ । ଲଦାଖ ସୀମାରେ ଚୀନ ସହ ମୁହଁମୁହିଁ ପରିସ୍ଥିତିର ଫାଇଦା ନେଇ ପାକିସ୍ତାନର ଆଇଏସଆଇ ଭାରତକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଏଥିପାଇଁ ଆଇଏସଆଇ ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ଫୈଜ ହମିଦ ନିକଟରେ ପାକ-ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଏକ ଗୋପନ ଗସ୍ତ କରିଥିବା ଭାରତୀୟ ଗୁଇନ୍ଦା ସଂସ୍ଥା ସୂଚନା ପାଇଛି ।
ଗତ କିଛି ମାସ ହେଲା ଭାରତୀୟ ସେନା ଜମ୍ମୁ ଓ କଶ୍ମୀରରେ ଅନେକ କୁଖ୍ୟାତ ଆତଙ୍କବାଦୀ କମାଣ୍ଡର ମାନଙ୍କୁ ମାରିଦେଇଛି । ସେମାନଙ୍କ ମଧ୍ୟରେ କଶ୍ମୀରରେ ହିଜବୁଲ ମୁଖ୍ୟ ରିଆଜ ନାଇକୋ ଏବଂ ଜୈସର ବିସ୍ଫୋରକ ମୁଖ୍ୟ ଫୌଜି ଭାଇ ଅଛନ୍ତି। ନିୟମିତ ଭାବେ ଆତଙ୍କବାଦୀମାନେ ମରୁଥିବାରୁ ଅନ୍ୟ ଆତଙ୍କବାଦୀମାନେ ଭୟଭୀତ ହୋଇଯାଇଛନ୍ତି । ସେମାନଙ୍କ ନୈତିକ ମନୋବଳ ବଢାଇବାକୁ ଆଇଏସଆଇ ମୁଖ୍ୟ ଏଲଓସି ଗସ୍ତ କରିଥିବା କୁହାଯାଉଛି ।

Related posts

ସହଜ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ କଞ୍ଚାଲଙ୍କା ଆଚାର

mahabharatanews

ମୁହଁରେ ମାସ୍କ ପିନ୍ଧି ବିବାହ ହେଲେ ବର କନ୍ୟା

mahabharatanews

ବାରଣାସୀ ସ୍କୁଲରେ କୋରୋନା କ୍ଲାସ୍

mahabharatanews