ଓଡିଶା

 ଲୋକାଲ ୨୩ ମିଶାଇ ଆଉ ୧୭୩

ଭୁବନେଶ୍ଵର : ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି କି ଆଜି ପୁଣି ୧୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶନିବାର ଚିହ୍ନଟ ୧୭୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୧୭୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୫୦ ଜଣ କ୍ବାରେଣ୍ଟାଇନ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ଲୋକାଲ ରହିଥିବା ଜଣାପଡିଛି ।
୧୭୩ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲରୁ ସର୍ବାଧିକ ୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୧୯, କଟକ, ମୟୁରଭଞ୍ଜରୁ ୧୩ ଲେଖା, ବାଲେଶ୍ଵର, ବଲାଙ୍ଗୀରରୁ ୧୧ଲେଖା, ଗଜପତିରୁ ୧୦, ଖୋର୍ଦ୍ଧାରୁ ୯, ନୂଆପଡାରୁ ୮, ନୟାଗଡରୁ ୭, ଭଦ୍ରକରୁ ୪, କଳାହାଣ୍ଡିରୁ ୨, ପୁରୀ ଓ ଝାରସୁଗୁଡା ଜିଲ୍ଲରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୭୮୧ ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୬୦୪ ଜଣ ସୁସ୍ଥ ହୋଇଥିବା ବେଳେ ୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୨ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ ବର୍ତ୍ତମାନ ୧୧୬୪ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୋଟ ୧ଲକ୍ଷ ୭୨ ହଜାର ୬୨୧ଟି ନମୁନା ପରୀକ୍ଷଣ ହୋଇଛି ।

Related posts

ନଦୀରେ ଭାସିଗଲେ ବୃଦ୍ଧା! ୨ଦିନ ପରେବି ମିଳୁନି ପତ୍ତା

mahabharatanews

ଖରସ୍ରୋତା ନିଖୋଜ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

mahabharatanews

କାମାସକ୍ତଙ୍କ ବର୍ବର କାଣ୍ଡ

mahabharatanews