Uncategorized

ବଢିଲା ଗାଡ଼ି କାଗଜ ପତ୍ର ବୈଧ ଅବଧି

ଭୁବନେଶ୍ବର: ବଡ ଆଶ୍ୱସ୍ତି । ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ଗାଡ଼ି କାଗଜପତ୍ର ବୈଧ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ଆଜି ଏହି ନିର୍ଦେଶ ଦିଆଯାଇଛି । କରୋନା ସ୍ଥିତି, ଲକ୍ଡ଼ାଉନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ଏହି ନିର୍ଦେଶ ଜାରି ହୋଇଛି ବୋଲି ସେ କହିଛନ୍ତି ।
କରୋନା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ବିତୀୟବାର ଏପରି ସୁଯୋଗ ଦିଆଯାଇଛି । ଗାଡ଼ିର ଫିଟନେସ, ପରମିଟ, ଡ଼୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ଓ ଅନ୍ୟାନ୍ୟ ଦସ୍ତାବିଜ ପ୍ରସ୍ତୁତ କରିବା ନିମନ୍ତେ ପ୍ରଥମେ ଜୁନ୍ ୩୦ ତାରିଖ ପର୍ୟ୍ୟନ୍ତ ସୁଯୋଗ ଦିଆଯାଇଥିଲା । ଏବେ ତାହାକୁ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିପାଇଁ ଗାଡ଼ି ମାଲିକଙ୍କୁ ଲେଟ୍ ଫି କିମ୍ବା ଜୋରିମାନା ଦେବାକୁ ପଡ଼ିବ ନାହିଁ । ପୂର୍ବରୁ ଫେବୃଆରୀରୁ ମେ ୩୧ ମଧ୍ୟରେ ଅବଧି ‌ଶେଷ ହେଉଉଥିବା କାଗଜପତ୍ର ପ୍ରସ୍ତୁତ ନିମନ୍ତେ ୩୦ ଜୁନ୍ ପର୍ୟ୍ୟନ୍ତ ସମୟ ଦିଆଯାଇଥିଲା ।

Related posts

 ବାଇଡେନଙ୍କ ଦରମା କେତେ  ?

mahabharatanews

ମୋ ସଂଘର୍ଷଠୁ ଅଧିକ ସଂଘର୍ଷ କରିଛନ୍ତି ମୋ ମାତା ପିତା: ପ୍ରଦୀପ ସିଂହ

mahabharatanews

ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ସେଜଲ

mahabharatanews