ଅପରାଧ

ରାଜଧାନୀରେ ମଦ ପାଇଁ ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ନାରକୀୟ କାଣ୍ଡ । ସାମାନ୍ୟ ମଦ ପାଇଁ ସାଙ୍ଗ ସାଙ୍ଗକୁ ପିଟିପିଟି କଲା ହତ୍ୟା । ଏପରି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଧୀନରେ । ଥାନା ଅଧୀନ ମଣ୍ଡପ ବସ୍ତୀର ଚନ୍ଦକାର ରାହାସ ବେହେରା(୪୦) ଏଥିରେ ମୃତ୍ୟୁବରଣ କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଚିଂ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି ଓ ହତ୍ୟାକାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛି ସେହି ବସ୍ତୀର ସନାତନ ମୁଣ୍ଡା । ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନଭିନ ଜାରି ରଖିଛି ।
ସୂଚନାଯୋଗ୍ୟ, ଚନ୍ଦକାର ରାହାସ ବେହେରା ଓ ସନାତନ ରାଜମିସ୍ତ୍ରୀ ଚନ୍ଦ୍ରଶେରପୁର ଥାନା ମଣ୍ଡପ ବସ୍ତୀରେ ବସବାସ କରନ୍ତି। ଉଭୟ ରାଜମିସ୍ତ୍ରୀ କାମ ଏକାଠି କରୁଥିବାରୁ ସେମାନଙ୍କ ମଧ୍ୟରେ ଘନିଷ୍ଠତା ଥିଲା । ଏକାଠି କାମ କରିବା, ମଦ ପିଇବା ସବୁ କରନ୍ତି । ଆଜି ସକାଳୁ ମଦକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସନାତନ ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଠେଙ୍ଗାରେ ରାହସକୁ ମାରିଥିଲା । ଏମିତି ମାରିଲା ଯେ ସେଥିରେ ରାହସଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମଣ୍ଡପ ବସ୍ତିରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ପୁଲିସ ଘଟଣା ସ୍ଥଳରେ ପହଚିଂ ମୃତହେକୁ ଜବତ କରିବା ସହ ହତ୍ୟାକାରୀ ସନାତନଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

Related posts

ମହିଳା ବ୍ୟବସାୟୀଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟ

mahabharatanews

ଦୁର୍ଦାନ୍ତ ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ

mahabharatanews

ପାଉଁଶ ଟ୍ରକ୍ ପରିବହନରେ ଚାନ୍ଦା ଆଦାୟକୁ ନେଇ ଗୋଷ୍ଠୀ ସଂଘର୍ଷ

mahabharatanews