ଓଡିଶା

ରଥରେ ଲାଗୁଛି ଓଲଟ ଶୁଆ

ପୁରୀ: ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ତିନିରଥରେ ଶନିବାର କଳସ ଏବଂ ଓଲଟଶୁଆ ଲାଗି କାର୍ଯ୍ୟ ଆଗେଇ ଚାଲିଛି । ସେଗୁଡିକୁ ଏବେ ରଙ୍ଗ କରାଯାଉଛି। ପ୍ରତ୍ୟେକ ରଥ ପାଇଁ ଦୁଇଟି ଲେଖାଏ ଦୁଆରବେଢା ନିର୍ମାଣ କରାଯାଇଛି। ରଥରେ ପଟା ପକାଯାଉଛି। ରଥ ଚାଳିରେ ଗୁଣ୍ଠିଆ କାମ ଚାଲିଛି। କୋଣଗୁଜରେ ଖୋଦେଇ ହୋଇଥିବା ନୃସିଂହମୂର୍ତ୍ତି ଗୁଡିକ ଚିତ୍ରକାର ରଙ୍ଗ ଦେବାରେ ବ୍ୟସ୍ତ। ପଟାଗୁଜରେ ସିଂହବିରାଳ, ଗଜବିରାଳ, ନରବିରାଳ ଏବଂ ଗଜସିଂହ ଖୋଦେଇ କରାଯାଉଛି। ରଥଚକ ଏବଂ ଦଣ୍ଡା ଗୁଡିକୁ ରଙ୍ଗ କରାଯାଉଛି। ପାର୍ଶ୍ବ ଦେବଦେବୀ ଏବଂ କଳସ ରଙ୍ଗକାର୍ୟ୍ୟ ଚାଲିଛି। ଦରଜି ସେବକମାନେ ରଥକନା କାଟିବା ପରେ ଜରିଫିତା ଲଗାଇ ସିଲାଇ କରୁଛନ୍ତି। ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଧୂଳିଦଣ୍ଡା ଏବଂ ବିଡ଼ିଆକଣ୍ଟା ପ୍ରସ୍ତୁତ କରାଯାଉଛି। ସେଗୁଡିକ ରଥଦଣ୍ଡାରେ ଲଗାଯିବ। ଶୁକ୍ରବାର ପୋଟଳ ଏବଂ ପାରାଭାଡି ପକାଯାଇଛି। ସେଥିରେ ଖପୁରି ଲଗାଯାଇଛି।

Related posts

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ଆଜି ପବିତ୍ର ସ୍ୱନକ୍ଷତ୍ର ଦିବସ

mahabharatanews

ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ଓଡ଼ିଶାରେ JN1 ଆକ୍ରାନ୍ତ ଚିହ୍ନଟ 

mahabharatanews