ନୂଆଦିଲ୍ଲୀ: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଅସୁସ୍ଥ । ତାଙ୍କୁ ଜ୍ୱର ହେବା ସହ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେବା ପରେ ତାଙ୍କୁ ସୋମବାର ରାତିରେ ନୂଆଦିଲ୍ଲୀର ରାଜୀବ ଗାନ୍ଧୀ ସୁପର୍ ସ୍ପେସାଲିଟି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସତ୍ୟେନ୍ଦ୍ର କରି ଏହି ସୂଚନା ଦେଇଛନ୍ତି ।
ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, ଗତରାତିରେ ଖଇଫୁଟା ଜ୍ୱର ଏବଂ ଅମ୍ଳଜାନସ୍ତର ହ୍ରାସ ପାଇବାରୁ ମତେ ଆର୍ଜିଏସ୍ଏସ୍ଏଚ୍ରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ଜନିତ ପରବର୍ତ୍ତୀ ସୂଚନା ଆଗକୁ ଦେବି ବୋଲି ସେ ଟ୍ୱୁଟ କରିଛନ୍ତି । ତେବେ ତାଙ୍କଠାରେ ଦେଖାଦେଇଥିବା ଲକ୍ଷଣ କରୋନାର ହୋଇଥିବା ବେଳେ କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ । ତାଙ୍କ ସ୍ୱାବ ନମୁନା ସଂଗ୍ରହ ହୋଇଛି ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ତାଙ୍କର ଆରୋଗ୍ୟ କାମନା କରି କହିଛନ୍ତି, ଦେହ ପ୍ରତି ଧ୍ୟାନ ନ ଦେଇ ଜନତାଙ୍କ ପାଇଁ ଆପଣ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ଏବେ ନିଜର ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତି।
previous post