ଓଡିଶା

ସୁନି ଜାମିଆ ମସଜିଦ ଇସ୍ଲାମ ସଂଘ ଓ ଜିଲ୍ଲା ରେଡ଼କ୍ରସ ତରଫରୁ ରକ୍ତଦାନ ଶିବିର

(ମାଲକାନଗି/ସୂର୍ୟ୍ୟକାନ୍ତ ବେହେରା): ମହାମାରୀ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଆଜି ବିଶ୍ୱ ରକ୍ତଦାନ ଦିବସରେ ମାଲକାନଗିରି ଜିଲ୍ଲା ସୁନି ଜାମିଆ ମସଜିଦ ଇସ୍ଲାମ ସଂଘ ଏବଂ ଜିଲ୍ଲା ରେଡ଼କ୍ରସ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହି ଶିବିରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ମୁସଲିମ ସମ୍ପ୍ରଦାୟର ଭାଇ ଓ ଭଉଣୀମାନେ ରକ୍ତ ଦାନ କରିଥିଲେ । ମାଲକାନଗିରି ଜିଲ୍ଲାର ମୁଖ୍ୟ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଥିବାରୁ ଜିଲ୍ଲାବାସୀଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ଏହିପରି ମାନବିକତା ଦେଖାଇ ମାଲକାନଗିରି ମୁସଲିମ ସଙ୍ଘ ତରଫରୁ ଆୟୋଜନ କରାଯାଇଥିବା ଏହି ରକ୍ତଦାନ ଶିବିରରେ ଦେଖାଯାଉଥିବା ରକ୍ତ ଅଭାବକୁ କିଛି ମାତ୍ରାରେ ଦୂର କରାଯାଇ ପାରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀ କହିଛନ୍ତି । ସେହିପରି ଆମେ ଏକ ଏବଂ ଆମ ରକ୍ତ ଏକ , ରକ୍ତର ଯେପରି ଜାତି ଧର୍ମ ନଥାଏ , ମାନବିକତାର ମଧ୍ୟ କୌଣସି ଜାତି ବର୍ଣ୍ଣ ନଥାଏ । ଆମେ ମାନବିକତା ଦେଖିଥାଉ , କୌଣସି ଜାତି ଧର୍ମ ନୁହଁ , ଯେଉଁ ସମୟରେ ଆମର ସାହାଯ୍ୟର ଦରକାର ପଡିବ ଆମେ ସ୍ୱେଚ୍ଛାକୃତ ଭାବେ ସାହାଯ୍ୟର ହାତ ବଡେ଼ଇବୁ ବୋଲି ସୁନି ଜାମିଆ ମୁସଲିମ ସଂଘର ଅଧ୍ୟକ୍ଷ ଏସ ଜି ମହୀନାଦୀନ କହିଛନ୍ତି । ଏହି ଶିବିରରେ ୩୦ ରୁ ଉର୍ଦ୍ଧ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏବଂ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ରେଡ଼କ୍ରସ ତରଫରୁ ଏକ ମାନପତ୍ର ପ୍ରଦାନ କରାଯାଇଥିଲା ।

Related posts

ବନ୍ଦେ ଭାରତ ଏକ୍ସପ୍ରେସ୍ : ହାୱଡ଼ା ମୁହାଁ ପ୍ରଥମ ଟ୍ରେନ

mahabharatanews

କେନ୍ଦ୍ରାପଡା ଲୋକସେବା କ୍ଷେତ୍ରରେ ମେଗା ସ୍ୱାସ୍ଥ୍ୟମେଳା

mahabharatanews

ରାଜଧାନୀ ଜଗିବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ

mahabharatanews