ଅପରାଧଓଡିଶା

ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ଦମ୍ପତ୍ତି ଗୁରୁତର ସଙ୍କଟାପନ୍ନ: ମେଡିକାଲରେ ଭର୍ତ୍ତି

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ଦିଗପହଣ୍ଡି ଥାନା କରପଡ଼ା ଗ୍ରାମର ଅଭିମନ୍ୟୁ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନଙ୍କୁ ବୁଧବାର ମଧ୍ୟାହ୍ନରେ ଗାଁ ନିକଟ ସୁନା ଦେଇ ପାହାଡ଼ ପାଖ ଚାଷଜମିରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ରକରି ପୂର୍ବ ଯୋଜନା ପ୍ରକାରେ ଅଭିମନ୍ୟୁଙ୍କ ନିକଟ ସମ୍ପର୍କୀୟମାନେ ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ସଂଘବଦ୍ଧ ଭାବେ ଉଭୟ ସ୍ଵାମୀ, ସ୍ତ୍ରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବମୋକୋଇ ଗ୍ରାମସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ଅଭିମନ୍ୟୁଙ୍କ ବଡ଼ଭାଇ ଜଗନ୍ନାଥ ପ୍ରଧାନ, ପୁତୁରା ରାମେଶ୍ବର ପ୍ରଧାନ ଓରଫ( ପିଙ୍କୂ), ପ୍ରଶାନ୍ତ ପ୍ରଧାନ, ଲୋକନାଥ ପ୍ରଧାନ ଓ ହରି ପ୍ରଧାନ ଏହି ଆକ୍ରମଣ ମାମଲାରେ ସମ୍ପୃକ୍ତ ଥିବା ପୋଲିସ କହିଛି।

Related posts

ଆନ୍ଧ୍ର ସୀମାନ୍ତର ୭ କିଲୋମିଟର ରାସ୍ତାନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

mahabharatanews

ପଜିଟିଭ ଚିହ୍ନଟ ପରେ ଆରଟିଓ ଓ ଆଇସିଆଇସିଆଇ ବ୍ୟାଙ୍କ ସିଲ

mahabharatanews

ଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନର

mahabharatanews