Uncategorized

ବିରାଟ ଶବ୍ଦ ସହ ଖସିଲା ଉଲକାପିଣ୍ଡ

ଜୟପୁର: ରାଜସ୍ଥାନର ଜାଲୋର ଜିଲ୍ଲା ସାଞ୍ଚୋର ଏକ କଲେଜ ନିକଟରେ ଆକାଶରୁ ଏକ ଉଲକାପିଣ୍ଡ ପଡିବା ପରେ ସେହି ଅଞ୍ଚଳକୁ ସଲ କରାଯାଇଛି । ବୈଜ୍ଞାନିକ ଦଳ ସେଠାରେ ପହଞ୍ଚି ପରୀକ୍ଷା ନିରୀକ୍ଷା ଆମ୍ଭ କରି ଦେଇଛନ୍ତି । ସାଞ୍ଚୋର ଥାନା ଅଧିକାରୀଙ୍କ ଅନୁଯାୟୀ, ଶୁକ୍ରବାର ସକାଳେ ସ୍ଥାନୀୟ ଗାୟତ୍ରୀ କଲେଜ ନିକଟରେ ଆକାଶରୁ ଏକ ପଥର ଖସିପଡିଥିଲା । ଏହି ପଥର ଖସିବାରୁ ଏକ ବିରାଟ ଶବ୍ଦ ହୋଇଥିଲା, ଯାହା ଦୁଇ କିଲୋମିଟର ପର୍ଯ୍ୟନ୍ତ ଲୋକେ ଶୁଣିପାରିଥିଲେ । ଏହି ମହାକାଶୀୟ ପଥର ୫ ଫୁଟ ଗଭୀର ସୃଷ୍ଟି କରିଥିଲା । ପୁଲିସ ସେଠାରେ ପହଞ୍ଚି ଗାତ ଭିତରୁ ଏକ କଳା ରଙ୍ଗର ଧାତବ ପଥର ଦେଖିବାକୁ ପାଇଥିଲା । ମାଟିରେ ପଡିବା ପରେ ମଧ୍ୟ ୫ ଘଣ୍ଟା ପର୍ଯ୍ୟନ୍ତ ଏହା ଗରମ ଥିଲା । ବୈଜ୍ଞାନିକଙ୍କ ଅନୁଯାୟୀ, ଏହା ଏକ ଉଲକାପିଣ୍ଡ । ଏହାର ଓଜନ ୨ କେଜି ୭୮ ଗ୍ରାମ ।

Related posts

ଏପ୍ରିଲ ୧୪ରେ ସରିବ, ମେ ୧୫ରେ ଫେରିପାରେ ଲକ୍‌ ଡାଉନ୍‌!

mahabharatanews

ଏଲଓସିରେ ପାକ ନିର୍ମିତ ସୁଡଙ୍ଗ ଠାବ କରିଛି ବିଏସଏଫ

mahabharatanews

ନୂଆଦିଲ୍ଲୀ: ଆମେରିକା ବିପକ୍ଷରେ ପ୍ରଦର୍ଶନ

mahabharatanews