ଅପରାଧ

ଫାଶୀ ଲଗାଇ ଦୁଇ ମୃତ, କାରଣ ଅସ୍ପଷ୍ଟ।

(ଜଳେଶ୍ୱର /ଅଜିତ ସାହୁ): ବାଲେଶ୍ୱର ଜିଲ୍ଲାର ବସ୍ତା ଥାନା ଓ ସିଂଲା ଥାନା ଅଂଚଳରେ ଦୁଇଟି ପୃଥକ ପୃଥକ ଆତ୍ମହତ୍ୟା ମାମଲା ସମ୍ନାକୁ ଆସିଛି । ସୂଚନା ଅନୁଯାୟୀ ବସ୍ତା ଥାନା ବରୁଣଗଡିଆ ପଞ୍ଚାୟତ ର ସଦାନନ୍ଦପୁର ଗ୍ରାମ ର ଜଣେ କଲେଜ ଛାତ୍ରୀ ଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ଜଣକ ହେଉଛନ୍ତି ଗୀତାଞ୍ଜଳୀ ପରିଡା (୧୯) ଆଜି ଦିନ ୧୦.୩୦ ମିନିଟ ସମୟରେ ଘରେ କେହି ନଥିବା ସମୟରେ, ନିଜ ଶୋଇବା ଘରର ପଙ୍ଖା ରେ ପିନ୍ଧା ଏପ୍ରୋନ ବାନ୍ଧି ଫାଶି ଦେଇଥିଲେ ।ଫାଶି ଖବରଜାଣି ପରିବାର ଲୋକେ ଗୀତାଞ୍ଜଳୀ କୁ ଉଦ୍ଧାର କରି ମେଡିକାଲ କୁ ଆଣିଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ସେହିପରି ସିଂଲା ଥାନା ଇଡଦା ପଞ୍ଚାୟତ ର ଇଡଦା ଗ୍ରାମ ର ସମହେଶ୍ବର ସାସମଲ (୩୦) ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି । ଉଭୟ ଘଟଣାର ମୃତ୍ୟୁର ସ୍ପଷ୍ଟ ଜଣା ପଡିନଥିବା ବେଳେ, ବସ୍ତା ଓ ସିଂଲା ପୋଲିସ ଦୁଇଟି ପୃଥକ,ପୃଥକ ଅପମୃତୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Related posts

୫ କିଲୋ ଆଳୁ ମାଗି ନିଲମ୍ବିତ ହେଲେ ପୋଲିସ ବାବୁ

mahabharatanews

ହତ୍ୟା ଘଟଣାକୁ ୧୩ ମାସ ବିତିଯାଇଥିଲେ ବି ପୋଲିସର ହାତ ଖାଲି

mahabharatanews

କଲଭେଟ ଭିତରୁ ଉଦ୍ଧାର ହେଲା ଅଚିହ୍ନା ଅଜଣା ଯୁବକର ମୃତ ଦେହ

mahabharatanews