ଓଡିଶା

ଆଜ୍ଞାମାନ ବିଜେ ନୀତି ସମ୍ପନ୍ନ

ପୁରୀ: ଆସନ୍ତା କାଲି ରଥଯାତ୍ରା । ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ପୁନର୍ବିଚାର ପାଇଁ ୧୯ଟି ଯାଚିକା କୋର୍ଟରେ ଦାୟର ହୋଇଛି ଓ ଆଜି ଏଥିନେଇ ଚୂଡାନ୍ତ ରାୟ ୍ରଆସିବ । କିନ୍ତୁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ରଥ ଯାତ୍ରାକୁ ନେଇ ରହିଛି ଦୃଢ ବିଶ୍ୱାସ । ତେଣୁ ଆଜି ରୀତିନୀତି ମଧ୍ୟରେ ତିନି ରଥରେ ଆଜ୍ଞାମାନ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ତାଳଧ୍ବଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଛି । ପାରମ୍ପରିକ ସେବକମାନେ ଏହି ନୀତି ସମ୍ପାଦନ କରିଛନ୍ତି ।
ଏହାପରେ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ରଥ ଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବାର ପରମ୍ପରା ରହିଛି। ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ ପରେ ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ନେଇଥାନ୍ତି। ତିନି ରଥକୁ ଉତ୍ତରମୁହାଁ କରି ରଖାଯିବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ତିନି ରଥରେ ଠାକୁରଙ୍କୁ ବିଜେ କରି ରଥଟଣା ଆରମ୍ଭ ହୋଇଥାଏ।

Related posts

ବରଗଡ଼ ସହରର ସଙ୍ଗରୋଧ କେନ୍ଦ୍ରର ଅବ୍ୟବସ୍ଥା

mahabharatanews

ବରଗଡ଼ ପୋଲିସକୁ ବଡ଼ ସଫଳତା, ଧରା ପଡିଲେ ଲୁଟେରା ଗ୍ୟାଙ୍ଗ

mahabharatanews

ମୁନିଗୁଡା ଡାକ ବଙ୍ଗଳାରେ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ

mahabharatanews