ଓଡିଶା

ଜଙ୍ଗଲରୁ ବିଷାକ୍ତ ଛତୁ ଆଣି ଖାଇବା ମହଙ୍ଗା ପଡିଲା

ଭଞ୍ଜନଗର: ଛତୁ ଖାଇ ଦୁଇଟି ପରିବାରର ଦଶ ଜଣ ସଦସ୍ୟ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରବି ସେଠୀ, ପପୁ ସେଠୀ, ସରିତା ସେଠୀ, ରିତେଶ ସେଠୀ, ପ୍ରିତେଶ ସେଠୀଙ୍କ ସ୍ଥିତି ଗୁରୁତର ରହିଛି । ଗାଁ ପାଖ ଜଙ୍ଗଲରୁ ଗତକାଲି ଛତୁ ଆଣି ସେମାନେ ସମସ୍ତେ ଖାଇଥିଲେ । ସେମାନେ ଖାଇଥିବା ଛତୁ ବିଷାକ୍ତ ଥିବା କୁହାଯାଉଛି ।
ଗଞ୍ଜାମ ଜିଲ୍ଲା ସୋରଡା ବ୍ଳକ୍ ଅନ୍ତର୍ଗତ କୁଲାଙ୍ଗି ପଞ୍ଚାୟତର ସିଆରିମାଳ ନିକଟସ୍ଥ ନୂଆଁଗାଁ ଗ୍ରାମର ରବି ସେଠୀ ଓ ସରିତା ସେଠୀ ପାଖ ଜଙ୍ଗଲକୁ ଲାଗି ରହିଥିବା ଜମିରେ ଛତୁ ଫୁଟିଥିବା ଦେଖି ସେସବୁକୁ ତୋଳି ଆଣିଥିଲେ । ରାତିରେ ଏମାନେ ପରିବାର ସଦସ୍ୟଙ୍କ ସହ ମିଶି ଛତୁ ତରକାରୀ ଖାଇଥିଲେ । ଖାଇବାର କିଛି ସମୟ ପରେ ସମସ୍ତେ ବାନ୍ତି କରିବା ଆରମ୍ଭ କରିଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସେହିପରି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଗାଁର ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ କାଳିଆ ସ୍ବାଇଁ, ସୁବ୍ରତ ସ୍ବାଇଁ, ସୁରଜ ସ୍ବାଇଁ, ନମିତା ସ୍ବାଇଁ ଓ ରତ୍ନମାଳା ସ୍ବାଇଁଙ୍କ ସମେତ ପଡୋଶୀ ପୂର୍ଣ୍ଣିମା ବରାଳ ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇପଡିବା କାରଣରୁ ଏମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Related posts

ବାଲିଗୁଡା ପୋଲିସ ଭାଙ୍ଗିଲା ଦେଶୀ ମହୁଲି ଭାଟି

mahabharatanews

ଆଜି ବନକ ଲାଗି ନୀତି; ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews

ବିଜେଡି ବାଲେଶ୍ୱର ହାତେଇବା ନିଶ୍ଚିତ

mahabharatanews