ଓଡିଶା

ଜଙ୍ଗଲରୁ ବିଷାକ୍ତ ଛତୁ ଆଣି ଖାଇବା ମହଙ୍ଗା ପଡିଲା

ଭଞ୍ଜନଗର: ଛତୁ ଖାଇ ଦୁଇଟି ପରିବାରର ଦଶ ଜଣ ସଦସ୍ୟ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରବି ସେଠୀ, ପପୁ ସେଠୀ, ସରିତା ସେଠୀ, ରିତେଶ ସେଠୀ, ପ୍ରିତେଶ ସେଠୀଙ୍କ ସ୍ଥିତି ଗୁରୁତର ରହିଛି । ଗାଁ ପାଖ ଜଙ୍ଗଲରୁ ଗତକାଲି ଛତୁ ଆଣି ସେମାନେ ସମସ୍ତେ ଖାଇଥିଲେ । ସେମାନେ ଖାଇଥିବା ଛତୁ ବିଷାକ୍ତ ଥିବା କୁହାଯାଉଛି ।
ଗଞ୍ଜାମ ଜିଲ୍ଲା ସୋରଡା ବ୍ଳକ୍ ଅନ୍ତର୍ଗତ କୁଲାଙ୍ଗି ପଞ୍ଚାୟତର ସିଆରିମାଳ ନିକଟସ୍ଥ ନୂଆଁଗାଁ ଗ୍ରାମର ରବି ସେଠୀ ଓ ସରିତା ସେଠୀ ପାଖ ଜଙ୍ଗଲକୁ ଲାଗି ରହିଥିବା ଜମିରେ ଛତୁ ଫୁଟିଥିବା ଦେଖି ସେସବୁକୁ ତୋଳି ଆଣିଥିଲେ । ରାତିରେ ଏମାନେ ପରିବାର ସଦସ୍ୟଙ୍କ ସହ ମିଶି ଛତୁ ତରକାରୀ ଖାଇଥିଲେ । ଖାଇବାର କିଛି ସମୟ ପରେ ସମସ୍ତେ ବାନ୍ତି କରିବା ଆରମ୍ଭ କରିଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସେହିପରି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଗାଁର ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ କାଳିଆ ସ୍ବାଇଁ, ସୁବ୍ରତ ସ୍ବାଇଁ, ସୁରଜ ସ୍ବାଇଁ, ନମିତା ସ୍ବାଇଁ ଓ ରତ୍ନମାଳା ସ୍ବାଇଁଙ୍କ ସମେତ ପଡୋଶୀ ପୂର୍ଣ୍ଣିମା ବରାଳ ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇପଡିବା କାରଣରୁ ଏମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Related posts

ବିଶିଷ୍ଟ ଶିକ୍ଷାବିତ ତଥା ଜିଶି କଲେଜ୍ ର ପ୍ରାକ୍ତନ ଅଧକ୍ଷ ଙ୍କ ପରଲୋକ

mahabharatanews

ହ୍ୟୁମାନ ସାଗରଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ସହ କ୍ୟାଣ୍ଡେଲ ଯାତ୍ରା

mahabharatanews

୪୪୭ ଏସ୍ଆଇ ପାଇଁ ଆବଦେନ କଲେ ୧ ଲକ୍ଷ ୩୩ ହଜାର, ୨୬ କିନ୍ନର

mahabharatanews