ଓଡିଶା

ସାଲେପୁରରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ସଭା

(ତାରାକାନ୍ତ ନାଏକ/ ସାଲେପୁର): ସାଲେପୁର ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ସ୍ଥାନୀୟ ବିଜେପି ଯୁବମୋର୍ଚା ପକ୍ଷରୁ ଚାଇନା ବିରୋଧୀ ଏକ ପ୍ରତିବାଦ ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁବମୋର୍ଚା ସଭାପତି ଶ୍ରୀକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ କର୍ମୀଙ୍କ ଏକ ଗୋଷ୍ଠୀ ବ୍ଲକ ସମ୍ମୁଖରେ ପହଞ୍ଚି ଗଲୱାନ ଉପତ୍ୟକାରେ ସଂଘର୍ଷ ବେଳେ ଶହୀଦ ହୋଇଥିବା ଭାରତୀୟ ଯବାନଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଠାରେ ଆୟୋଜିତ ସଭାରେ ଚାଇନା ଦ୍ରବ୍ୟ ବର୍ଜନ ପାଇଁ ଯୁବମୋର୍ଚ୍ଚା କର୍ମୀମାନେ ଆହ୍ୱାନ ଦେଇଥିଲେ । ଦେଶ ପାଇଁ ନିଜ ଜୀବନକୁ ବଳି ଦେଇଥିବା ଭାରତୀୟ ଯବାନ ମାନଙ୍କ ବଳିଦାନକୁ ଇତିହାସ ସର୍ବଦା ମନେ ରଖିବ ଯୁବମୋର୍ଚ୍ଚା ସଭାପତି କହିଥିଲେ। ଏହି କାର୍ୟ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ରାଉତ, କୁଞ୍ଜମୋହନ ସେଠୀ, ସମ୍ରାଟ କେଶରୀ ଲେଙ୍କା, ସତୀଶ ରାଉତ, ରଘୁପତି ରାଉତ, ମୁନା ସିଂ ଓ ଅନ୍ୟ କର୍ମୀମାନେ ଯୋଗ ଦେଇ ଥିଲେ।

Related posts

୧୪ ବଖରା ଘର ପୋଡି ପାଉଁଶ

mahabharatanews

ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର

mahabharatanews

ଜଙ୍ଗଲରୁ ହାତୀ ମୃତଦେହ ଉଦ୍ଧାର

mahabharatanews