ଓଡିଶା

ରଥଯାତ୍ରା ବନ୍ଦ: ସୋନପୁର ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା

(ଓମପ୍ରକାଶ ମିଶ୍ର/ସୋନପୁର):ମଙ୍ଗଳବାର କେବଳ ପୁରୀକୁ ବାଦ୍ ଦେଲେ ଓଡ଼ିଶା ତଥା ଦେଶର ଅନ୍ୟ ସମସ୍ତ ସ୍ଥାନରେ କରୋନା ପାଇଁ ଚଳିତବର୍ଷଜ ରଥଯାତ୍ରା ପାଳନକୁ ବନ୍ଦ କରାଯାଇଛି । ଏପରି ସ୍ଥିତିରେ ହାତ ଗଣତି ଭକ୍ତଙ୍କ ଉପସ୍ଥିତିରେ ସୋନପୁର ସହରରେ ଥିବା ଜଗନ୍ନାଥ ମନ୍ଦିର ଓ ଦଧିବାବନ ମନ୍ଦିରରେ ସକାଳୁ ତିନି ଠାକୁର ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି। ସୋନପୁର ସହରରେ ତିନୋଟି ରଥ ଓ ଦଧିବାବନଙ୍କର ରଥ ତିଆରି ହୋଇଥିଲେ ମଧ୍ୟ ମହାମାରୀ କରୋନା କଟକଣା ଯୋଗୁଁ ରଥ ଗଡିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିଲା। ଏଣୁ ଏବର୍ଷ ରଥଯାତ୍ରା ସମ୍ଭବ ହୋଇପାରୁ ନ ଥିବାରୁ ସହରରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କର ସବୁ ନୀତିକାନ୍ତି ପାଳିତ ହେଉଛି ବୋଲି ମନ୍ଦିର ପୂଜକ କହିଛନ୍ତି। ରଥ ଯାତ୍ରା ବନ୍ଦ ହୋଇଥିବାରୁ ଠାକୁର ଗୁଣ୍ଡିଚା ମନ୍ଦିର ଘରକୁ ଯାଇପାରିବେ ନାହିଁ । ଜିଲ୍ଲା ପ୍ରଶାସନ ଓ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ୯ ଦିନ ବ୍ୟାପୀ ଜଗନ୍ନାଥ ମନ୍ଦିର ପରିସରରେ ତିନି ଠାକୁରଙ୍କ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

Related posts

 ପର୍ଯ୍ୟଟକଙ୍କ ମନ ମୋହୁଛି ଧଳା ବଉଳା କୁମ୍ଭୀର

mahabharatanews

ଆରମ୍ଭ ହେଲା ମୋ ବସ୍ ଏକ୍ସପ୍ରେସ୍ ସେବା

mahabharatanews

ସାଇକେଲରେ ଜଗଦଲପୁରରୁ ଝାରଖଣ୍ଡକୁ ଯାତ୍ରା

mahabharatanews