ଓଡିଶା

ରଥଯାତ୍ରାରେ ସାମିଲ ସବୁ କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ

(ଜୟନ୍ତ କୁମାର ସେଠୀ/ଗୋପ): ମଙ୍ଗଳବାର ପୁରୀରେ ସୁରୁଖୁରୁରେ ରଥଟଣା ସରିଛି । ତେବେ ଚଳିତବର୍ଷ ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ସମେତ ସମସ୍ତ ସେବାୟତ ଓ ସଫେଇ କର୍ମଚାରୀଙ୍କର କରୋନା ପରୀକ୍ଷା ହେବ ବୋଲି ଜଣାପଡିଛି। ବୁଧବାର ରଥଯାତ୍ରାରେ ସାମିଲ ପୋଲିସ କର୍ମଚାରୀଙ୍କର କୋଭିଡ ଟେଷ୍ଟ ଚାଲିଛି । ଆଗାମୀ ଦିନରେ ଅନ୍ୟମାନଙ୍କ ଟେଷ୍ଟ କରାଯିବ ବୋଲି ପୁରୀ ସର୍କିଟ ହାଉସରେ ଆୟୋଜିତ ଗୁରୁତ୍ୱପୁର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଚଳିତବର୍ଷ ରଥଯାତ୍ରାରେ ସାମିିଲ ହୋଇଥିବା ୫ ହଜାର ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ଯେଉଁମାନଙ୍କର ଟେଷ୍ଟ ନେଗେଟିଭ ଆସିବ ସେମାନେ ରଥରେ ସାମିଲ ହେବେ । ୨୮ ତାରିଖ ପୂର୍ବରୁ ଏହି ଟେଷ୍ଟ ପ୍ରକ୍ରିୟା ସରିବ । ଏହାବ୍ୟତୀତ ପୁରୀ ସହରକୁ ସାନିଟାଇଜ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା ଉପାଧ୍ୟକ୍ଷ କହିଛନ୍ତି । ପୁରୀର ଗୋପବନ୍ଧୁ ଆୟୁର୍ବେଦିକ ମେଡିକାଲ କଲେଜରେ ବୁଧବାର ପୋଲିସ ମାନଙ୍କର ନମୁନା ପରୀକ୍ଷା ଚାଲିଥିବା ଜଣାପଡିଛି । ବୁଧବାର ପ୍ରାଥମିକ ପର୍ୟ୍ୟାୟରେ ୫୦୦ ପୁଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଆଗାମୀ ଦିନରେ ଅଧିକରୁ ଅଧିକ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Related posts

୧୦ ବାଇକ୍ ଜବତକଲା ବଡଚଣ। ପୁଲିସ

mahabharatanews

ଅତାବିରାରେ ଚାଷୀଙ୍କ ରାସ୍ତା ଅବରୋଧ

mahabharatanews

ଆସିଲାନି ଆମ୍ବୁଲାନ୍ସ, ଡାଲା ଅଟୋରେ ବୁହାଗଲା ଶବ

mahabharatanews