Uncategorized

କରୋନିଲକୁ ଉଦ୍ଧବ ସରକାରର ନିଷେଦ୍ଧାଦେଶ

ମୁମ୍ବାଇ: ଯୋଗ ଗୁରୁ ବାବା ରାମ ଦେବଙ୍କ ଆୟୁର୍ବେଦ ସଂସ୍ଥା ପତଞ୍ଜଳି କରୋନା ଭୂତାଣୁ ଜନିତ ସଂକ୍ରମଣ ଚିକିତ୍ସା ପାଇଁ କରୋନିଲ୍‌ ଔଷଧ କରିଥିବା ଘୋଷଣା କରିବା ସହ ମଙ୍ଗଳବାର ଦିନ ଏହି ଔଷଧକୁ ବଜାରକୁ ଛାଡିଥିଲେ । ଏହି ଔଷଧ ସେବନ ଦ୍ୱାରା ଜଣେ ରୋଗୀ ୫ରୁ ୧୪ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରୁଥିବା ବାବା ରାମଦେବ ଦାବି କରିଥିଲେ । ମାତ୍ର ତାଙ୍କର ଏହି ଦାବିକୁ ଅସ୍ବୀକାର କରି ଏପରି ନକଲି ଔଷଧକୁ ବିକ୍ରି କରିବା ପାଇଁ ରାଜ୍ୟ ଅନୁମତି ଦେଉନାହିଁ ବୋଲି ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଅନୀଲ ଦେଶମୁଖ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।
ଦେଶମୁଖ ଆହୁରି କହିଛନ୍ତି ଯେ ପତଞ୍ଜଳିର ଏହି ଔଷଧକୁ ବାସ୍ତବରେ ପରୀକ୍ଷଣ କରାଯାଇଛି କି ନାହିଁ ଜୟପୁରର ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ତାହାର ସୂଚନା ପ୍ରଦାନ କରିବ। ଏହାବ୍ୟତୀତ ବାବା ରାମଦେବଙ୍କ କରୋନିଲ୍‌ ବିଜ୍ଞାପନକୁ ପୂରାପୂରି ବନ୍ଦ କରିବା ପାଇଁ ମନ୍ତ୍ରୀ ଦେଶମୁଖ ନିର୍ଦ୍ଦେଶ ଦେଇଛନ୍ତି। ବିନା ପ୍ରମାଣରେ ସର୍ବସାଧାରଣଙ୍କ ସ୍ବାସ୍ଥ୍ୟ ସହ ସାଲିସ୍‌ କରାଯାଇ ପାରିବ ନାହିଁ ବୋଲି ସେ ଟ୍ବିଟ୍‌ରେ ସ୍ପଷ୍ଟ୍‌ କରିଛନ୍ତି।

Related posts

ଦେଶରେ ୧୦୭୯୬ କରୋନା ଆକ୍ରାନ୍ତ

mahabharatanews

ଆସାମ ବନ୍ଦୀ ଗୃହରେ ୩ ବର୍ଷରେ ୨୬ ମୃତ୍ୟୁ

mahabharatanews

ସୁରଙ୍କୁ ତିର୍ତ୍ତୋଲ ଓ ତାରାଙ୍କୁ ବାଲେଶ୍ୱର ପର୍ଯ୍ୟବେକ୍ଷକ ଦାୟୀତ୍ୱ

mahabharatanews