ଓଡିଶା

ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ଫଳ

ଭୁବନେଶ୍ବର: ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଜୁନ ୩୦ ମଧ୍ୟରେ ମାଟ୍ରିକ ଖାତା ଦେଖା ସରିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବେ ଶିକ୍ଷକ । ଲକ୍ ଡାଉନ୍ ସମୟରେ ଅନଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ସବୁ ପିଲାଙ୍କ ପାଖରେ ଅନଲାଇନରେ ପଢିବା ସୁବିଧା ନାହିଁ। ରାଜ୍ୟରେ ମୋଟ ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨ ଲକ୍ଷ ଅନଲାଇନ ଅଧ୍ୟୟନ କରିପାରୁଛନ୍ତି । ତେଣୁ ବହି ପହଞ୍ଚି ସାରିଥିବା ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଖକୁ ଶିକ୍ଷକ ଯାଇ ସେମାନଙ୍କୁ ପଢାବାକୁ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରୁଛି ।
ଗଣଶିକ୍ଷା ବିଭାଗ ଅନଲାଇନ୍ ଶିକ୍ଷା ଓ ଡିଜିଟାଲ ପାଠ୍ୟ ସାମଗ୍ରୀ ପ୍ରସ୍ତୁତ ପାଇଁ ୪ଟି କମିଟି ଗଠନ କରିଛି । ନବମ ଓ ଦଶମ ଶ୍ରେଣୀ ପାଇଁ ମାଧ୍ୟମିକ ଶିକ୍ଷା କମିଟି ଓ ଏକାଦଶ ଓ ଦ୍ବାଦଶ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା କମିଟି ଗଠନ ହୋଇଛି। ଯେଉଁ ଛ।।ତ୍ରଛାତ୍ରୀଙ୍କ ପକ୍ଷେ ଅନଲାଇନ ଶିକ୍ଷା ସମ୍ଭବ ନୁହେଁ ସେମାନଙ୍କୁ ଶିକ୍ଷକ ଯାଇ ପାଠ୍ୟ ପୁସ୍ତକ ସହ ପଢାଇବାର ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

Related posts

କାନକୁହାଳିଙ୍କ ପ୍ରରୋଚନାକୁ ସାବଧାନ

mahabharatanews

ପୁରୀ ପୋଲିସର ବଡ଼ ସଫଳତା: ଖୋଲିଲା କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାର ଗୁମର

mahabharatanews

ଧାନଗଛ ରୋଇଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

mahabharatanews