ଅପରାଧ

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

(ବିଜୟ କୁମାର କାରୁଆ/ପାଟଣା): ପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁରର ଲେଖନା ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ଏହି ଗାଁର ସ୍ୱର୍ଗତ ଗୋପାଳ ମୁଣ୍ଡାଙ୍କ ବଡ ପୁଅ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଘରୋଇ କଳହକୁ ନେଇ ଯୁବକ ଜଣକ ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ରାତିରେ ଘର ଲୋକଙ୍କ ଅଜାଣତରେ ସେ ପୁଣି ଥରେ ବିଷ ପିଇଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଯୁବକ ଜଣକ ଏକ ମାସ ତଳେ ବିବାହ କରିଥିବା ଜଣାପଡିଛି । ଆତ୍ମହତ୍ୟା ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

Related posts

ପାଟନା ଗୁଳିକାଣ୍ଡ ମାମଲା: ଆତ୍ମସମର୍ପଣ କରିବାକୁ କୋର୍ଟ ଯାଇଥିଲେ ଖାନ ସାର୍

mahabharatanews

ପୂର୍ବ ଶତୃତାକୁ କେନ୍ଦ କରି କଏଦୀକୁ ସଂଘବଦ୍ଧ ଭାବେ ଗୁଳିକାଣ୍ଡ

mahabharatanews

ବେନିୟମ ଭାବେ ବାଲି ଚାଲାଣ

mahabharatanews