ଓଡିଶା

ଗୁଣ୍ଡିଚା ମନ୍ଦିରରୁ ୨ ଛଦ୍ମବେଶୀ ସେବାୟତ ଚିହ୍ନଟ

ପୁରୀ: ଦୁଇ ଜଣ ଛଦ୍ମବେଶୀ ସେବାୟତଙ୍କୁ ଧରିଛି ପୋଲିସ । ଏମାନେ ମଙ୍ଗଳ ଆଳତି ବେଳେ ପାଟ ପିନ୍ଧି ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିର ଭିତରେ ପ୍ରବେଶ କରିଥିବାବେଳେ ଧରାପଡିଥିଲେ। ଉଭୟଙ୍କୁ ଚିହ୍ନଟ କରି ସେବାୟତମାନେ ପୁଲିସକୁ ଖବର ଦେଇଥିଲେ। ଏହି ଦୁଇ ଜଣଙ୍କୁ କୁମ୍ଭାପଡ଼ା ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ସୂଚନା ମିଳିଛି। ଏମାନେ ମନ୍ଦିର ଗେଟ ନିକଟରେ ମୁତୟନ ପୁଲିସକୁ କୋଭିଡ-୧୯ ଟେଷ୍ଟ ରିପୋର୍ଟ ପୋଲିସକୁ ଦେଖାଇ ଭିତରକୁ ପ୍ରବେଶ କରିଥିଲେ । ପୋଲିସ ସେମାନଙ୍କ ହାତରେ କୋଭିଡ ଟେଷ୍ଟ ରିପୋର୍ଟ ଦେଖି ତଥା ସେବାୟତ ବେଶରେ ପାଇ ସେମାନଙ୍କୁ ଭିତରକୁ ଛାଡିଦେଇଥିଲେ । କିନ୍ତୁ ଭିତରେ ଥିବା ସେବାୟତ ଏମାନଙ୍କୁ ଛଦ୍ମବେଶୀ ଜାଣିପାରିଥିଲେ ଓ ସଙ୍ଗେସଙ୍ଗେ ପୋଲିସରେ ଦେଇଥିଲେ ।
ତେବେ ଏହା ପୂର୍ବରୁ, ପ୍ରାୟ ଏକ ମାସ ତଳେ ମଧ୍ୟ ସମାନ ରୂପେ ନିଆଳିର ଦୁଇଜଣ ପାଟ ମଠା ପିନ୍ଧି ମନ୍ଦିରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡିଥିଲେ ।

Related posts

ବିନା ହେଲମେଟ, କାଗଜପତ୍ର ପାଇଁ ଗାଡିଚାଳକଙ୍କୁ ଜୋରିମାନା

mahabharatanews

ମାହାଙ୍ଗା ଡବଲ ମର୍ଡର ଘଟଣା: ତେଜିଲା ପ୍ରତାପଙ୍କ ବହିଷ୍କାର ଦାବି

mahabharatanews

ନାବାଳିକା ଗଣବଳାତ୍କାର ମାମଲା: ଓଟିଭି ଏମଡିଙ୍କ ଗିରଫଦାରୀ ଦାବିରେ ଗଣବିକ୍ଷୋଭ

mahabharatanews