Uncategorized

ନ୍ୟୁଜ ଆଙ୍କର ଅମିଶ ଦେବଗନଙ୍କ ବିରୋଧରେ କୌଣସ ବାଧ୍ୟତାମୂଳକ କାର୍ଯ୍ୟ ନାହିଁ: ଏସସି

ନୂଆଦିଲ୍ଲୀ: ସୁଫି ସନ୍ଥ ଖ୍ୱାଜା ମଇନୁଦ୍ଦିନ ଚିସ୍ତିଙ୍କ ପାଇଁ ଅପମାନଜନକ ମନ୍ତବ୍ୟ ଦେଇଥିବା ନ୍ୟୁଜ ଆଙ୍କର ଅମିଶ ଦେବଗନଙ୍କ ନାମରେ ବିଭିନ୍ନ ରାଜ୍ୟରୁ ଏକାଧିକ ମାମଲା ହୋଇଥିବା ବେଳେ ଆଜି ଏହି ମାମଲାର ଶୁଣାଣି କରି କୌଣସି ବାଧ୍ୟତାମୂଳକ ରାୟ ଦେଇ ନାହାନ୍ତି । ଜୁଲାଇ ପ୍ରଥମ ସପ୍ତାହରେ ଏହାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରାୟକୁ ସ୍ଥଗିତ ରଖିଛନ୍ତି । ଆପେକ୍ସ କୋର୍ଟରେ ଜଷ୍ଟିସ ଏଏମ ଖନୱିଲକରଙ୍କ ଅଧ୍ୟକ୍ଷତାରେ ଏହାର ଶୁଣାଣି ହୋଇଥିଲା । ଆଜି କୋର୍ଟ ଯାଚିକା କର୍ତ୍ତା ଓ ରାଜସ୍ଥାନ, ତେଲେଙ୍ଗାନା ତଥା ମହାର।।ଷ୍ଟ୍ରକୁ ଯାଚିକାର କାରଣ ସମ୍ପର୍କରେ ସବିଶେଷ ବିବରଣୀ ମାଗିଛନ୍ତି ।
ନ୍ୟୁଜ ୧୮ ଟିଭିର ମୁଖ୍ୟ ସମ୍ପାଦକ ଅମିଶ ଦେବଗନଙ୍କ ଓକିଲ ସିଦାର୍ଥ ଲୁଥ୍ରା କୋର୍ଟଙ୍କୁ କହିଥିଲେ କି, ଏହି ମାମଲାକୁ ନେଇ ଆବେଦକ ପୂର୍ବରୁ ସ୍ପଷ୍ଟିକରଣ ଦେବା ସହ କ୍ଷମାପ୍ରାର୍ଥନା କରିସାରିଛନ୍ତି ତଥା ଜଣାଇଥିଲେ କି ଭୁଲ କଦାପି ଅପରାଧିକ ତ୍ରୁଟି ହୋଇ ନ ଥାଏ । ଏଥିସହ ଆଙ୍କରଙ୍କୁ ରାଜସ୍ଥାନର ଅଜମେରର ସହ ରାଜସ୍ଥାନ, ତେଲେଙ୍ଗାନା ଓ ମହାରାଷ୍ଟ୍ରରୁ ଜେରା ପାଇଁ ଡକାଯାଇଛି । ତେଣୁ ଏହି କ୍ଷେତ୍ରରେ ତାଙ୍କୁ କିଛି ରିହାତି ଦିଆଯିବା ଆବଶ୍ୟକ ।
ଜୁନ ୧୫ ତାରିଖରେ ଦେବଗନଙ୍କ ଏକ ବିତର୍କରେ ସେ କହିଥିଲେ ଲୁଟେରା ଚିସ୍ତି । ଏହାକୁ ନେଇ ଏକାଧିକ ମାମଲା ତାଙ୍କ ନାମରେ ଦାୟର ହୋଇଥିଲା । ଏହାକୁ ନେଇ ଦେବଗନ ସୁପ୍ରିମ କୋର୍ଟରେ ଅନ୍ତରିଣ ରିହାତି ଆବେଦନ କରିଥିଲେ ।

Related posts

ଏନ୍ଡିଆରଏଫ ପାଇଁ ପୁନରୁଦ୍ଧାର ଏକ ଚ୍ୟାଲେଞ୍ଜ: ଡିଜି

mahabharatanews

ସୁଡାନର ପୂର୍ବତନ ରାଷ୍ଟ୍ରପତିଙ୍କ  ପରଲୋକ

mahabharatanews

ମଶା ଦାଉରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ କୋଲଡ୍ରିଙ୍କ୍ ବୋତଲ

mahabharatanews