ଓଡିଶା

ଟ୍ରକ-ଡମ୍ପର ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ

(ମହାଭାରତ, ବଣାଇ): ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କେନ୍ଦୁଡ଼ିହି ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଠାରେ ଏକ ଡମ୍ପର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କ ପରିଚୟ ଜଣାପଡ଼ି ନାହିଁ। ଟ୍ରକ୍ଟି ରାଉରକେଲା ଅଞ୍ଚଳର ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏନେଇ ଆଜି ସକାଳେ ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଜେସିବି ଦ୍ଵାରା ଟ୍ରକ୍ ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ ଡମ୍ଫରଟି ଦୁଇ ଖଣ୍ଡ ହୋଇ ରାସ୍ତା କଡ଼ରେ ଥିବା ଏକ ବଗିଚାରେ ପଶି ଯାଇଥିଲା। ଡମ୍ପର ଡ୍ରାଇଭରଙ୍କ ସମ୍ପର୍କରେ ଏଯାଏ କିଛି ଜଣାପଡ଼ି ନାହିଁ।

Related posts

 ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ 

mahabharatanews

ଆଜି ବନକଲାଗି ନୀତି; ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ 

mahabharatanews

ମଙ୍ଗଳବାର ଯାଏଁ ଗୃହ ମୁଲତବୀ 

mahabharatanews