ଓଡିଶା

କ୍ରିଷ୍ଣ କୁମାରଙ୍କ ପାଇଁ ସମ୍ଭବ ହୋଇଛି ରଥଯାତ୍ରାର ଆଶାତୀତ ସଫଳତା

ଭୁବନେଶ୍ୱର: ନାହିଁ ନାହିଁ ମଧ୍ୟରେ ଥିବା ରଥଯାତ୍ରା ବେଶ ସଫଳତାର ସହ ସମ୍ପନ୍ନ ହେଲା । ଚଳିତ ଥର ରଥଯାତ୍ରା ବିନା ଭକ୍ତରେ ହୋଇଥିବାରୁ କେବଳ ଇତିହାସ ରଚି ନାହିଁ । ବରଂ ଆଶାତୀତ ଶୃଙ୍ଖଳା ଓ ସୁରୁଖୁରୁ ହୋଇଥିବାରୁ ମଧ୍ୟ ଇତିହାସ ସୃଷ୍ଟି କରିଛି । ଆଉ ଏହାର ସମସ୍ତ ଶ୍ରେୟ ମନ୍ଦିର ପ୍ରଶାସନ କ୍ରିଷ୍ଣ କୁମାରଙ୍କୁ ଯାଇଛି ।
ଚଳିତ ଥର କରୋନା ମହାମାରୀ ମଧ୍ୟରେ ରଥ ନିର୍ମାଣ ବିଳମ୍ବରେ ହୋଇଥିଲେ ମଧ୍ୟ ଠିକ ସମୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ନିର୍ମାଣ କାଳୀନ ସମସ୍ତ ରୀତିନୀତି ମଧ୍ୟ ବିଧି ମୁତାବକ ପାଳନ ହୋଇଥିଲା । ଏଥିସହ କରୋନା ସଂକ୍ରମଣ ପ୍ରତି ମଧ୍ୟ ମନ୍ଦିର ପ୍ରଶାସନକୁ ଅଧିକ ଗୁରୁତ୍ୱ ଦେବାକୁ ହୋଇଥିଲା । ତେଣୁ ଯେତେବେଳେ ଯେଉଁ ଆବଶ୍ୟକ ପଦକ୍ଷେପ ଦରକାର ହୋଇଥିଲା କରୋନା ସଂକ୍ରମଣ ରୋକିବାକୁ ତାହା ମନ୍ଦିର ପ୍ରଶାସକ ଗ୍ରହଣ କରିବାକୁ ପଛାଇ ନ ଥିଲେ । ମନ୍ଦିରକୁ ପୂର୍ବରୁ ଭକ୍ତଙ୍କ ପ୍ରବେଶ ନିଷିଦ୍ଧ କରାଯାଇଥିବା ବେଳେ ରଥ ନିର୍ମାଣକୁ ମଧ୍ୟ ବେଶ ଗୁପ୍ତରେ କରାଇବାକୁ ସେ ପଦକ୍ଷେପ ନେଇଥିଲେ । ସବୁ ଶେଷ ହୋଇଥିଲେ ମଧ୍ୟ ୨୨ ତାରିଖ ପର୍ଯ୍ୟନ୍ତ ରଥ ଗଡିବାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନଥିଲା । ଏଥିରେ କିନ୍ତୁ ପ୍ରଶାସକ କ୍ରିଷ୍ଣ କୁମାର ଭୟଭୀତ ହୋଇ ନଥିଲେ । ତାଙ୍କର ପ୍ରଭୁ ଜଗନ୍ନାଥଙ୍କ ଉପରେ, ତାଙ୍କ ଅଲୌକିକ ଶକ୍ତି ଉପରେ ହୁଏତ ଦୃଢ ବିଶ୍ୱାସ ଥିଲା । ତେଣୁ ୧୮ ତାରିଖରେ ସୁପ୍ରିମ କୋର୍ଟ ପୁରୀ ରଥଯାତ୍ରା ପାଇଁ ମନା କରିଦେବା ପରେ ମଧ୍ୟ ସେ ଚୁପ ବସିନଥିଲେ । ସେ ତାଙ୍କ କାର୍ଯ୍ୟରେ ଆଗେଇ ଚାଲିଥିଲେ । ରଥଯାତ୍ରା ପାଇଁ ଆବଶ୍ୟକ ହେଉଥିବା ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ, ନୀତି ନିଘଣ୍ଟ ମଧ୍ୟ ପ୍ରସ୍ତୁତ କରିଥିଲେ । ତେଣୁ ତ ୨୨ ତାରିଖ ଅପରାହ୍ନରେ କୋର୍ଟ ପୁରୀ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଯାତ୍ରାରେ କୌଣସି ତ୍ରୁଟି ରହି ନ ଥିଲା । ୨୨ ତାରିଖ ରାତିରୁ ପୁରୀ ସହରକୁ ସଟଡାଉନ କରିବାରେ ମଧ୍ୟ ସେ ସଫଳତା ହାସଲ କରିଥିଲେ । ତା ପରଦିନ ସକାଳ ଆଳତି ଠାରୁ ଆରମ୍ଭ କରି ସକାଳ ଭୋଗ, ରଥକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଜେ, ଛେରାପହଁରା, ରଥ ଟଣା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟଠିକ ସମୟରେ ଓ ସୁରୁଖୁରୁରେ ସମ୍ପାଦନ ହୋଇଥିଲା । ମାତ୍ର ୪ ଘଣ୍ଟା ମଧ୍ୟରେ ମାତ୍ର ଅଳ୍ପ ଭକ୍ତଙ୍କୁ ନେଇ ଟଣାଯାଇଥିବା ତିନି ରଥ ସରଧା ବାଲିରେ ପହଁଚିଯାଇଥିଲା । କ୍ରିଷ୍ଣ କୁମାରଙ୍କ ଦୃଢ ଇଛାଶକ୍ତି ଓ ତତ୍ୱାବଧାନରେ ଏସବୁ ସମ୍ଭବ ହୋଇଥିଲା କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ ନିଶ୍ଚିତ । ତେଣୁ ବିଶ୍ୱର ବିଭିନ୍ନ ସ୍ଥାନରୁ କ୍ରିଷ୍ଣକୁମାରଙ୍କୁ ଛୁଟିଛି ପ୍ରଶଂସାର ସୁଅ । ସମସ୍ତେ କୁମାରଙ୍କ କାର୍ଯ୍ୟଦକ୍ଷତାର ଭୂରୀ ଭୂରୀ ପ୍ରଶଂସା କରୁଛନ୍ତି ।

Related posts

ଡିସେମ୍ବର ୨୫ ତଥା ବଡଦିନ ଭେଟିରେ ମହିଳାଙ୍କୁ ମିଳିବ ‘ସୁଭଦ୍ରା’

mahabharatanews

ସବୁଠି ବଢିଛି କେଜିଏଫ୍ କ୍ରେଜ୍, ଫିଲ୍ମ ଦେଖିବାକୁ ରାତି ୨ରୁ ଲମ୍ବା ଲାଇନ୍

mahabharatanews

ଗଛକୁ ପିଟିଲା କାର୍‌; ଶିକ୍ଷୟିତ୍ରୀ ମୃତ, ୩ ଗୁରୁତର

mahabharatanews

Leave a Comment