(ରଜନୀ କାନ୍ତ ପାତ୍ର/ହିଞ୍ଜିଳିକାଟୁ):ଶୁକ୍ରବାର ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ବୁଲି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କରୋନା ସମୀକ୍ଷା କରିଛନ୍ତି । ସ୍ଥାନୀୟ ଅଞ୍ଚଳବାସୀ, ଅଙ୍ଗନବାଡି ଓ ଆଶା କର୍ମୀଙ୍କ ସହ ଆଲୋଚନା କରଥିଲେ । । ଗଞ୍ଜାମରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଗାମୀ ଦିନଗୁଡିକରେ ସ୍ଥିତି ଆହୁରି କଠିନ ହୋଇପାରେ । ତେଣୁ ଆଗକୁ ସତର୍କ ରହିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ତେବେ ସ୍ଥିତିରେ କିଛିଟା ସୁଧାର ଆଣିବା ପାଇଁ ଏହି ଅଞ୍ଚଳରେ ସପ୍ତାହକୁ ଶନିବାର ଓ ରବିବାର ସଟଡାଉନ ଘୋଷଣା ହୋଇଛି । ଆଗ ଅପେକ୍ଷା ପ୍ରବାସୀ ଓଡିଆ ବାହାର ରାଜ୍ୟରୁ ଆସିବା କମିଥିଲେ ମଧ୍ୟ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି । ଆଗକୁ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଉପଜିଲ୍ଲାପାଳ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବଡଖଣ୍ଡି, ସାରୁ, ବୁରୁପଡ଼ା, ପୋଚିଲିମା,ଚାନ୍ଦୁଲି ସମେତ ବିଭିନ୍ନ ପଞ୍ଚାୟତକୁ ଯାଇ ଛତ୍ରପୁର ଉପଜିଲ୍ଲାପାଳ ସେଠାର ସ୍ଥିତି ପରଖିବା ସହ ପ୍ରସ୍ତୁତି ଚାଲୁଥିବା କୋଭିଡ କେୟାର ହୋମଗୁଡିକୁ ବୁଲି ଦେଖିଥିଲେ।
previous post