ଓଡିଶା

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

(ବିଜୟ କାରୁଆ/ପାଟଣା):-କରୋନା ଭଳି ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ ଆଜି ବି ସମାଜରେ ଗୁଣି ଗାରେଡି ଭଳି ଅନ୍ଧବିଶ୍ୱାସ ଠାରୁ ଲୋକେ ଦୂରେଇ ରହି ପାରୁନାହାନ୍ତି । ସେହି ଅନ୍ଧବିଶ୍ୱାସ ପାଇଁ ହିଁ ଜଣେ ମହିଳାଙ୍କ ବିଷଧର ସାପ କାମୁଡାରେ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ମିରିଗିଖୋଜି ପଞ୍ଚାୟତ ଅନ୍ତର୍ଗତ ଭାଳିଆଡାଳ ଗ୍ରାମରେ ଏହି ଘଟଣାଟି ଘଟିଛି । ମୃତ ମହିଳା ଜଣକ ସେହି ଗାଁର ନଳିତା ଦଳଦସିଆ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ନଳିତା ଶୋଇବାକୁ ଯିବା ସମୟରେ ଘର ଭିତରେ ତାଙ୍କୁ ଏକ ବିଷଧର ସାପ କାମୁଡି ଥିଲା । ସାପ କାମୁଡିବା ଜାଣି ପାରି ସେ ନିଜ ପରିବାର ଲୋକକୁ ଜଣାଇଥିଲେ। କିନ୍ତୁ ପରିବାର ଲୋକେ ତାଙ୍କୁ ପ୍ରଥମେ ମେଡିକାଲକୁ ନ ନେଇ ଗୁଣିଗାରେଡି ଓ ଝଡାଫୁଙ୍କା କରିଥିଲେ । ଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଦେଖା ଦେବା ବଦଳରେ ଆହୁରି ଖରାପ ହେବାରେ ଲାଗିଲା । ଏହା ଦେଖି ଶନିବାର ଦିନ ଆମ୍ବୁଲାନ୍ସ ଯୋଗେ ପରିବାର ଲୋକେ ନଳିତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣିଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପାଟଣା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।

Related posts

ଦୁର୍ବୁତଙ୍କ ଗୁଣ୍ଡାରାଜ ପ୍ରତିବାଦରେ ଏସପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

mahabharatanews

ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଶ୍ରମିକ ଆହତ

mahabharatanews

ସତ୍ୟବାଦୀରେ କରୋନା ସଚେତନତା ଶିବିର

mahabharatanews

Leave a Comment