ଓଡିଶା

ରାଜ୍ୟ ଶିଶୁ ଅଧିକାର ଆୟୋଗ କମିଶନଙ୍କୁ ଭେଟିଲେ ପିପିଲି ନିର୍ବାଚନ ମଣ୍ଡଳି ମହିଳା ମୋର୍ଚ୍ଚା

(ଅରୁଣ ସାହୁ/ମହାଭାରତ): ପିପିଲି ନିର୍ବାଚନ ମଣ୍ଡଳୀ ମହିଳା ମୋର୍ଚ୍ଚା ଆଜି ରାଜ୍ୟ ଶିଶୁ ଅଧିକାର ଆୟୋଗ ଠାରେ ଦ୍ୱାରସ୍ଥ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ କାର୍ଯ୍ୟରୁ ବହିଷ୍କାର ଓ ପୀଡିତାଙ୍କ ଡାକ୍ତରୀ ମାଇନା କରିଥିବା ଡାକ୍ତରଙ୍କ ସମେତ ୬ ଜଣଙ୍କୁ ପୋଲିସ ଧରି ପାରିନଥିବା ବେଳେ ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମହିଳା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି । ଏହାଛଡା ଏହି ଘଟଣାରେ ସମ୍ପୃକ୍ତ ଥାନାଧିକାରୀ ପୀଡିତାଙ୍କୁ କ୍ଷତିପୂରଣ ବାବଦ ୨୦ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ଦାବି ହୋଇଛି । ଏସବୁ ଦାବି ନେଇ ରାଜ୍ୟ ଶିଶୁ ଅଧିକାର ଆୟୋଗର କମିଶନର ସନ୍ଧ୍ୟାବତୀ ପ୍ରଧାନଙ୍କୁ ଭେଟି ମହିଳା ମୋର୍ଚ୍ଚାର ସଦସ୍ୟାମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଦୋଷୀମାନଙ୍କ ବିରୁଦ୍ଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମହିଳା ମୋର୍ଚ୍ଚା କର୍ମୀମାନଙ୍କୁ ଶିଶୁ ଅଧିକାର ଆୟୋଗ କମିଶନର ପ୍ରତିଶୃତି ଦେଇଛନ୍ତି ।

Related posts

ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ସପ୍ଲିମେଣ୍ଟାରି ପରୀକ୍ଷା

mahabharatanews

କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ପତି-ପତ୍ନୀ

mahabharatanews

ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

mahabharatanews