ଅପରାଧ

ବୀରମିତ୍ରପୁର ଆଇଆଇସି ଚାକିରୀରୁ ବହିଷ୍କୃତ

(ମହାଭାରତ/ଭୁବନେଶ୍ୱର): ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା ପୂର୍ବତନ ଆଇଆଇସି ଆନନ୍ଦ ମାଝୀଙ୍କୁ କାର୍ୟ୍ୟରୁ ବହିଷୃତ କରାଯାଇଛି । ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ୍ ଯୋଗେ ଏନେଇ ସୂଚନା ଦେଇଛନ୍ତି । ଟ୍ବିଟରେ ପୁଲିସ ମହାନିର୍ଦେଶକ ଲେଖିଛନ୍ତି ଜଣେ କାର୍ୟ୍ୟରତ ଥାନା ଅଧିକାରୀଙ୍କ ଏଭଳି କାର୍ୟ୍ୟ ପୁଲିସ ବିଭାଗକୁ ଲଜ୍ଜିତ ଓ ନିନ୍ଦିତ କରିଛି । ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥୀ ବୋଲି ସେ କହିଛନ୍ତି। ଏହି ଘଟଣାରେ ବୀରମିତ୍ରପୁର ଥାନା ଆଇଆଇସି ଓ ଡାକ୍ତରଙ୍କ ସମେତ ୬ ଜଣଙ୍କ ନାଁରେ ସୁନ୍ଦରଗଡ଼ ଡିସିପିଓ ରାଏବଗା ଥାନାରେ ଏତଲା ଦେଇଛନ୍ତି। ଆଇଆଇସି ଫେରାର ହୋଇଯାଇଥିବା ବେଳେ ତାଙ୍କୁ ପୁଲିସ୍ ଧରିବାରେ ସକ୍ଷମ ହୋଇନାହିଁ। ଅପରପକ୍ଷେ ଏହି ଘଟଣାରେ ଜଡ଼ିତ ଜଣେ ଡାକ୍ତରଙ୍କ ସମେତ ଅନ୍ୟ ୫ ଜଣଙ୍କୁ ମଧ୍ୟ ଏ ପର୍ୟ୍ୟନ୍ତ ପୁଲିସ୍ ଧରିପାରି ନାହିଁ। ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ସୂଚନାଯୋଗ୍ୟ ବୀରମିତ୍ରପୁର ଅଞ୍ଚଳରେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଇ ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟ ତିନି ଜଣ ଦୁଷ୍କର୍ମ କରିବା ସହ ଗର୍ଭପାତ କରାଇଥିଲେ। ଏହି ଘଟଣାରେ ଆଇଆଇସିଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ଫେରାର୍ ଅଛନ୍ତି । ବୀରମିତ୍ରପୁରର ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଏହାକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ।

Related posts

ରହସ୍ୟ ଘେରକୁ ଟାଣି ହୋଇ ଯାଉଛି ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣା

mahabharatanews

ପାରିବାରିକ ବିବାଦକୁ ନେଇ ନବ ବଧୂ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

mahabharatanews

ବାଲେଶ୍ୱରରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ବିକିବା ବେଳେ ଗିରଫ

mahabharatanews