(ମହାଭାରତ/ନବରଙ୍ଗପୁର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ଏଣୁ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସପ୍ତାହାନ୍ତ ଶଟ୍ଡାଉନ୍ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ, ପ୍ରତି ଶନିବାର ଓ ରବିବାର ନବରଙ୍ଗପୁର ଜିଲ୍ଲା ସମ୍ପୁର୍ଣ୍ଣ ସଟଡାଉନ୍ ରହିବ। ଜୁଲାଇ ୩୧ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଅନ୍ୟ ଦିନରେ ସକାଳ ୭ରୁ ଅପରାହ୍ନ ୨ଟା ଯାଏଁ ଦୋକାନ, ବଜାର ଖୋଲା ରହିବ । ରାତ୍ରକାଳୀନ କର୍ଫ୍ୟୁ ବେଳେ କୌଣସି ସ୍ଥାନରେ ୭ରୁ ଅଧିକ ବ୍ୟକ୍ତି ଏକାଠି ହେବାକୁ ବାରଣ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।