ରାଜନୀତି

ଶିବରାଜ ଚୌହାନ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ଭୋପାଳ: ଆଜି ମଧ୍ୟପ୍ରଦେଶରେ ଶିବରାଜ ଚୌହାନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି । ସମ୍ପ୍ରସାରଣରେ ୨୦ କ୍ୟାବିନେଟ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ରାଜଭବନଠାରେ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।
ମଧ୍ୟପ୍ରଦେଶରେ କଂଗ୍ରେସର କମଲନାଥ ସରକାର ଭାଙ୍ଗିବା ପରେ ଶିବରାଜ ମୁଖ୍ୟମନ୍ତ୍ରୀ ଭାବେ ୬ ମନ୍ତ୍ରୀଙ୍କୁ ନେଇ ପୂର୍ବରୁ ଶପଥ ନେଇଥିଲେ। ଆଜି ଶିବରାଜ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ। କଂଗ୍ରେସରୁ ବିଜେପିରେ ଯୋଗଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ସମର୍ଥକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ଶପଥଗ୍ରହଣ ଉତ୍ସବରେ ଖୋଦ୍‌ ଜ୍ୟୋତିରାଦିତ୍ୟ ସିନ୍ଦିଆ ବି ଉପସ୍ଥିତ ରହିଥିଲେ। ସିନ୍ଦିଆଙ୍କ ସମର୍ଥକ ତୁଳସୀ ସିଲାୱଟ ଏବଂ ଗୋବିନ୍ଦ ସିଂହ ରାଜପୁତଙ୍କୁ ପୂର୍ବରୁ ଗତ ଏପ୍ରିଲରେ ଶିବରାଜଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ସାମିଲ ହୋଇଥିଲେ। ମଧ୍ୟପ୍ରଦେଶ ବିଧାନସଭାରେ ମୋଟ ୨୩୦ ସଦସ୍ୟ ରହିଥିବାବେଳେ ସର୍ବାଧିକ ୩୫ ମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ରହିପାରିବେ।

Related posts

ସରକାରୀ ତହବିଲରୁ ଦରମା ପ୍ରାପ୍ତ ଅଧିକାରୀଙ୍କୁ ବିଜେଡି ପ୍ରଚାରରେ ଲଗାଉଛି

mahabharatanews

୨୦୨୬ ବଙ୍ଗଳା ନିର୍ବାଚନରେ ମମତାଙ୍କ କ୍ଷମତା ସମ୍ପର୍କରେ ଭବିଷ୍ୟବାଣୀ

mahabharatanews

ପୌର ନିର୍ବାଚନ ସଜବାଜ: ସମୁଦାୟ ୧୭୩୭ ୱାର୍ଡରେ ହେବ ନିର୍ବାଚନ, କାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ପ୍ରଚାର

mahabharatanews