ଓଡିଶା

ଅସହାୟ ବୃଦ୍ଧଙ୍କୁ ମହିଳାଙ୍କ ରକ୍ତଦାନ

(ସୁର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମହାମାରୀ କରୋନା ପାଇଁ ଏବେ ରକ୍ତ ଅଭାବ ଦେଖାଦେଇଛି । ଏଭଳି ସମୟରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ଅସହାୟ ବୃଦ୍ଧଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି ଜଣେ ମହିଳା । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ରଙ୍ଗନାଥମାଡି ଆପାଷ୍ଟିକ ଆମେନିୟା ରୋଗରେ ପୀଡିତ ହୋଇ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ । ତାଙ୍କୁ ରକ୍ତର ଆବଶ୍ୟକତା ଥିବା ବେଳେ ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତ ନଥିବା ଜଣାପଡିଥିଲା । ତେବେ ରକ୍ତ ଯୋଗାଡ ପାଇଁ ସେ ଅନେକଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେହି କରୋନା ଭୟରେ ରକ୍ତଦାନ କରିନଥିଲେ । ଏହି ସମୟରେ ଜିଲ୍ଲା ସଦର ମହକୁମା ୧୧୯ କଲୋନୀର ଅମ୍ବିକା ଗୌଡ ରକ୍ତଦାନ କରିଥିଲେ । ମହିଳା ଜଣକ ଠିକ ସମୟରେ ରକ୍ତ ଦେଇ ଚିକିତ୍ସାଧିନ ଥିବା ବୃଦ୍ଧଙ୍କ ଜୀବନ ବଞ୍ଚାଇଥିବାରୁ ସହରବାସୀଙ୍କ ଠାରେ ପ୍ରଶଂସିତ ହୋଇଛନ୍ତି ।

Related posts

କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ନେଇ ସରକାରଙ୍କ ପାଖରେ ତଥ୍ୟ ନାହିଁ

mahabharatanews

ଜୁଆ ଆଡ୍ଡା ଉପରେ ହିଂଜିଳି ଥାନାର ଚଢାଉ

mahabharatanews

ମୁନିଗୁଡା ପୋଲିସ ଦ୍ୱାରା ୨୮ କେଜି ଗଞ୍ଜେଇ ଯବତ, ୫ ଜଣ ଗିରଫ

mahabharatanews