Uncategorized

ନିଶା ନିବାରଣ କେନ୍ଦ୍ରରେ ଗୁଳିକାଣ୍ଡ: ୨୪ ମୃତ

ମେକ୍ସିକୋ: ଗତକାଲି ମେକ୍ସିକୋରେ ଏକ ଗୁଳିକାଣ୍ଡ ଘଟି ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ଏହି ଗୁଳିକାଣ୍ଡ ମେକ୍ସିକୋସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ହୋଇଥିଲା ।
ମେକ୍ସିକୋର ଇରାପୁଟୋ ସହରରେ ଥିବା ଏକ ଅଣପଞ୍ଜିକୃତ ନିଶା ନିବାରଣ କେନ୍ଦ୍ର ମଧ୍ୟକୁ କିଛି ବନ୍ଧୁକଧାରୀ ପଶିଆସି ସେଠାରେ ଥିବା ଲୋକଙ୍କ ଉପରକୁ ଅଖିବୁଜା ଗୁଳି ଚଳାଇଥିଲେ । ଏଥିରେ ଆଜି ସୁଦ୍ଧା ୨୪ ଜଣଙ୍କର ମୃତ୍ୟୁ ହୋଇଛି ଓ ୭ ଜଣ ଆହଜ ହୋଇଛନ୍ତି । ଅ।।ହତଙ୍କ ମଧ୍ୟରୁ ୩ ଜଣଙ୍କ ସ୍ଥିତି ଗୁରୁତର ରହିଛି । ତେବେ ଏହି ଗୁଳିକାଣ୍ଡର କାରଣ ଜଣାପଡିନାହିଁ । ପୁଲିସ ଏହାର ତଦନ୍ତ ଚଳାଇଛି ।

Related posts

ଟୀକା ନେବା ପରେ ୪୬ ବର୍ଷୀୟ  ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଅଭିଯୋଗ

mahabharatanews

ଭାରତରେ ଶୋ’ରଦ୍ଦ କଲେ ପପଷ୍ଟାର ଖଲିଦ୍

mahabharatanews

ଡିଜିଟାଲ ରଥଯାତ୍ରା ଆୟୋଜନ କରିବ ଇସ୍କନ

mahabharatanews