ଓଡିଶା

ଓଡ଼ିଶାରେ ପ୍ଲାଜମା ଥେରାପି

(ରିପୋର୍ଟର୍ସ ଟୁଡ଼େ / ଅରୁଣ କୁମାର ସାହୁ ): କରୋନା ମହାମାରୀ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ ନିଷ୍ପତି ନେବାପାଇଁ ଯାଉଛନ୍ତି । ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । ରାଜ୍ୟର ୪ଟି ପ୍ରମୁଖ ହସ୍ପିଟାଲରେ ଆରମ୍ଭ କରାଯିବ ଏହି ପ୍ଲାଜମା ଥେରାପି। କଟକରେ ୨ଟି ମେଡିକାଲ ଏସ୍‌ସିବି ଓ ଅଶ୍ୱିନୀ ଏବଂ ଭୁବନେଶ୍ୱରରେ ୨ଟି ମେଡିକାଲ ସମ୍‌ ଓ କିମ୍ସରେ ଏହି ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା କରାଯିବ। ଏ ନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ସୂଚନାନୁସାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ,ଏହି କମିଟି ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବ।

Related posts

୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

mahabharatanews

ପାରିବେଶୀୟ ମଞ୍ଜୁରୀ ନିମନ୍ତେ ପରିବେଶ ପ୍ରଭାବ ସମ୍ବନ୍ଧୀୟ ଜନଶୁଣାଣୀ ଶିବିର

mahabharatanews

ଇଟାଭାଟିରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୪ଜଣଙ୍କ ଜୀବନ

mahabharatanews