ଓଡିଶା

କୋଭିଡ-୧୯ ଗାଇଡଲାଇନର ଉଲଙ୍ଘନ: ଜରିମାନା ଗଣିଲେ ଦୋକାନୀ

(କାହ୍ନୁ ଚରଣ ସାହୁ/କର୍ଲାମୁଣ୍ଡା): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ ସଂକ୍ରମଣକୁ ନିୟନ୍ତଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଲକଡାଉନ କଟକଣାକୁ କଡାକଡି କରୁଥିବା ବେଳେ ଅମାନିଆଙ୍କୁ ବାଟକୁ ଆଣିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଠାରେ କୋଭିଡ ଗାଇଡଲାଇନକୁ ଖୋଲାଖୋଲି ଉଲଙ୍ଘନ କରୁଥିବା ଦୋକାନୀମାନଙ୍କ ଉପରେ ତହସିଲଦାର ବାସନ୍ତୀ ସେଠୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ଏଡାଇବା ପାଇଁ କର୍ଲାମୁଣ୍ଡାରେ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ଅନୁମତି ଦେଇଥିବା ବେଳେ ଏହାର ଉଲଙ୍ଘନ କଲେ କଡା ପଦକ୍ଷେପ ନେବାକୁ କୁହାଯାଇଛି । ତେବେ ଏହି ନିୟମକୁ ନ ମାନି କିଛି ଦୋକାନୀ ମନଇଛା ଦୋକାନ ଖୋଲା ରଖୁଥିବାର ଅଭିଯୋଗ ହୋଇଥିଲା । ଦୀର୍ଘ ୧୫ ଦିନ ଧରି ଏଭଳି ଅଭିଯୋଗ ହେବା ପରେ ଗତ ଗୁରୁବାର ତହସିଲଦାର ବାସନ୍ତୀ ସେଠୀ ଦୋକାନୀମାନଙ୍କ ଠାରୁ ୯୨୦୦ ଟଙ୍କାର ଜରିମାନା ଆଦାୟ କରିବା ସହ ଆଗାମୀ ଦିନରେ ଏଥିରୁ ନିବୃତ ନହେଲେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡା ଚେତାବନୀ ଦେଇଛନ୍ତି । ତେବେ ତହସିଲଦାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

 

Related posts

ହ୍ରାସ ପାଇଲା ସୁନା ଦର ଦାମ୍

mahabharatanews

ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ

mahabharatanews

ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

mahabharatanews